ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଉପରମୁହାଁ ତେଲ ଦର, ୭ ଦିନରେ ୬ ଥର ବଢିଲାଣି

0

ରାତି ପାହିଲେ ବଦଳୁଛି ତେଲ ଦର । ୭ ଦିନରେ ୬ ଥର ବଢିଲାଣି ତେଲ ଦର । । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ଟଙ୍କା ବଢିସାରିଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରୁଛି । ଭୁବେନେଶ୍ୱରରେ ପେଟ୍ରୋଲ ୧୦୬ ଟଙ୍କା ୮ ପଇସା ଓ ଡିଜେଲ ଲିଟର ୯୫ ଟଙ୍କା ୯୮ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଏବେ ଶତକ ପାଖାପାଖି ପହଞ୍ଚିଯାଇଛି । ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୯.୪୧ ୯୦.୭୭
ମୁମ୍ବାଇ ୧୧୪.୧୯ ୯୮.୫୦
କୋଲକାତା ୧୦୮.୮୫ ୯୩.୯୨
ଚେନ୍ନାଇ ୧୦୫.୧୮ ୯୫.୩୩

ଅନ୍ତର୍ଜାତୀୟ ବଜାରେ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ହେବାରେ ଲାଗିଛି । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି ।

Leave A Reply

Your email address will not be published.