ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଉପରମୁହାଁ ତେଲ ଦର, ୭ ଦିନରେ ୬ ଥର ବଢିଲାଣି

0

ରାତି ପାହିଲେ ବଦଳୁଛି ତେଲ ଦର । ୭ ଦିନରେ ୬ ଥର ବଢିଲାଣି ତେଲ ଦର । । ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି । ୨୨ ମାର୍ଚ୍ଚରୁ ୨୮ ମାର୍ଚ୍ଚ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪ଟଙ୍କା ବଢିସାରିଛି । ତେଲ ଦର ବୃଦ୍ଧି ଯୋଗୁଁ ଅନ୍ୟ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ସିଧାସଳଖ ଖାଉଟିଙ୍କ ପକେଟକୁ ପ୍ରଭାବିତ କରୁଛି । ଭୁବେନେଶ୍ୱରରେ ପେଟ୍ରୋଲ ୧୦୬ ଟଙ୍କା ୮ ପଇସା ଓ ଡିଜେଲ ଲିଟର ୯୫ ଟଙ୍କା ୯୮ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଏବେ ଶତକ ପାଖାପାଖି ପହଞ୍ଚିଯାଇଛି । ଆସନ୍ତୁ ଜାଣିବା କେଉଁଠି କେତେ ତୈଳ ଦର?
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୯୯.୪୧ ୯୦.୭୭
ମୁମ୍ବାଇ ୧୧୪.୧୯ ୯୮.୫୦
କୋଲକାତା ୧୦୮.୮୫ ୯୩.୯୨
ଚେନ୍ନାଇ ୧୦୫.୧୮ ୯୫.୩୩

ଅନ୍ତର୍ଜାତୀୟ ବଜାରେ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲର ଆକାଶ ଛୁଆଁ ହେବାରେ ଲାଗିଛି । ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି ।

Leave A Reply

Your email address will not be published.