ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ

0

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୁଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଆଣିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରାଯିବା ସହିତ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବ୍ୟାରିୟର ମଧ୍ୟ ଭାଙ୍ଗିଦେଇଛନ୍ତି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘର ଉପରକୁ ଆକ୍ରମଣ ହେବା ପଛରେ ବିଜେପି ଯୁବ ମୋର୍ଚ୍ଚାର ସିଧାସଳଖ ହାତ ଥିବା କୁହାଯାଉଛି ।

କାଶ୍ମୀର ହିନ୍ଦୁଙ୍କୁ ନେଇ କେଜ୍ରିୱାଲ ଦେଇଥିବା ବୟାନକୁ ବିଜେପି ଯୁବମୋର୍ଚ୍ଚା ବିରୋଧ କରୁଛି । ତେଣୁ ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ଏଭଳି କରିଥିବା କୁହାଯାଉଛି । ଦିଲ୍ଲୀ ନର୍ଥ ଡିସିପି କହିଛନ୍ତି, ବିଜେପି ଯୁବମୋର୍ଚ୍ଚାର ବିରୋଧ ପ୍ରଦର୍ଶନ ଚାଲିଥିଲା । ଯେଉଁଥିରେ କିଛି ପ୍ରଦର୍ଶନକାରୀ ଏଭଳି କରିଛନ୍ତି । ଘଟଣାରେ ପୁଲିସ ୫୦ ଜଣଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.