ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କେଜ୍ରିୱାଲଙ୍କ ଘର ଉପରେ ଆକ୍ରମଣ

0

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ । ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟୁଇଟ କରି ଲେଖିଛନ୍ତି, ବିଜେପିର ଗୁଣ୍ଡା, ଅରବିନ୍ଦ କେଜ୍ରିୱାଲଙ୍କ ଘରେ ଭଙ୍ଗାରୁଜା କରିଛନ୍ତି । କେବଳ ସେତିକି ନୁହେଁ ବିଜେପିର ପୁଲିସ ସେମାନଙ୍କୁ ରୋକିବା ବଦଳରେ ତାଙ୍କୁ ଦ୍ୱାର ପର୍ଯ୍ୟନ୍ତ ଆଣିଥିଲା ବୋଲି ସେ ଅଭିଯୋଗ କରିଛନ୍ତି । କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରାଯିବା ସହିତ ସିସିଟିଭି କ୍ୟାମେରା ଓ ସିକ୍ୟୁରିଟି ବ୍ୟାରିୟର ମଧ୍ୟ ଭାଙ୍ଗିଦେଇଛନ୍ତି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏହି ଘର ଉପରକୁ ଆକ୍ରମଣ ହେବା ପଛରେ ବିଜେପି ଯୁବ ମୋର୍ଚ୍ଚାର ସିଧାସଳଖ ହାତ ଥିବା କୁହାଯାଉଛି ।

କାଶ୍ମୀର ହିନ୍ଦୁଙ୍କୁ ନେଇ କେଜ୍ରିୱାଲ ଦେଇଥିବା ବୟାନକୁ ବିଜେପି ଯୁବମୋର୍ଚ୍ଚା ବିରୋଧ କରୁଛି । ତେଣୁ ବିଜେପି ଯୁବମୋର୍ଚ୍ଚାର କିଛି କର୍ମୀ ଏଭଳି କରିଥିବା କୁହାଯାଉଛି । ଦିଲ୍ଲୀ ନର୍ଥ ଡିସିପି କହିଛନ୍ତି, ବିଜେପି ଯୁବମୋର୍ଚ୍ଚାର ବିରୋଧ ପ୍ରଦର୍ଶନ ଚାଲିଥିଲା । ଯେଉଁଥିରେ କିଛି ପ୍ରଦର୍ଶନକାରୀ ଏଭଳି କରିଛନ୍ତି । ଘଟଣାରେ ପୁଲିସ ୫୦ ଜଣଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.