ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

0

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା କରିଛନ୍ତି । ଆଉ ୩ ପ୍ରତିଶତ ବଢାଇ ଦିଆଯାଇଛି ମହଙ୍ଗା ଭତ୍ତା। କେନ୍ଦ୍ର ସରକାର ଡିଏକୁ ୩ ପ୍ରତିଶତ ବଢାଇବାର ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଜାନୁଆରୀ ୧, ୨୦୨୨ରୁ ମିଳିବ ।

ସରକାର ଏବେ କର୍ମଚାରୀ ଓ ପେନସନଭୋଗୀଙ୍କ ୩୪ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବାବଦରେ ୩୧ ପ୍ରତିଶତ ମିଳୁଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଏକ କୋଟିରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ । ଏବେ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଖ୍ୟା ୫୦ ଲକ୍ଷ ରୁ ଅଧିକ ଅଛି । ୬୫ ଲକ୍ଷ ପୂର୍ବତନ କେନ୍ଦ୍ରୀୟ କର୍ମଚାରୀ ପେନସନ ପାଉଛନ୍ତିା ଏହିପରି ଡିଏ ବୃଦ୍ଧି ପରେ ସିଧାସଳଖ ୧.୧୫ କୋଟିରୁ ଅଧିକ ଲୋକ ଖୁସି ହେବେ ।

Leave A Reply

Your email address will not be published.