ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ବଢିଲା ମହଙ୍ଗା ଭତ୍ତା

0

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହାଙ୍ଗା ଭତ୍ତା କରିଛନ୍ତି । ଆଉ ୩ ପ୍ରତିଶତ ବଢାଇ ଦିଆଯାଇଛି ମହଙ୍ଗା ଭତ୍ତା। କେନ୍ଦ୍ର ସରକାର ଡିଏକୁ ୩ ପ୍ରତିଶତ ବଢାଇବାର ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଭ ସବୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ଜାନୁଆରୀ ୧, ୨୦୨୨ରୁ ମିଳିବ ।

ସରକାର ଏବେ କର୍ମଚାରୀ ଓ ପେନସନଭୋଗୀଙ୍କ ୩୪ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବାବଦରେ ୩୧ ପ୍ରତିଶତ ମିଳୁଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଏକ କୋଟିରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ । ଏବେ କେନ୍ଦ୍ରୀୟ କର୍ମଚାରୀଙ୍କ ସଂଖ୍ୟା ୫୦ ଲକ୍ଷ ରୁ ଅଧିକ ଅଛି । ୬୫ ଲକ୍ଷ ପୂର୍ବତନ କେନ୍ଦ୍ରୀୟ କର୍ମଚାରୀ ପେନସନ ପାଉଛନ୍ତିା ଏହିପରି ଡିଏ ବୃଦ୍ଧି ପରେ ସିଧାସଳଖ ୧.୧୫ କୋଟିରୁ ଅଧିକ ଲୋକ ଖୁସି ହେବେ ।

Leave A Reply

Your email address will not be published.