ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

୨୦୨୨-୨୩ କାମଚଳା ବଜେଟ: କାହା ପାଇଁ କେତେ?

0

ଆଜି ବିଧାନସଭାରେ ଉପସ୍ଥାପନା ହେଲା କାମଚଳା ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିଛନ୍ତି । ୪ ମାସ ପାଇଁ କାମଚଳା ବଜେଟର ପରିଣାମ ୧ ଲକ୍ଷ ୬ ହଜାର ୪୯୭ କୋଟି । ଅର୍ଥମନ୍ତ୍ରୀ କହିଥିଲେ, ଆର୍ଥିକ ଓ ସାମାଜିକ ବିକାଶ କ୍ଷେତ୍ରରେ ଓଡିଶା ଉନ୍ନତି କରିଛି । ପ୍ରତିକୂଳ ପରିସ୍ଥିତି ସତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି ।ତେବେ ୨୦୨୨-୨୩ରେ ଦେଶର ଜିଡିପି ୭.୮ ପ୍ରତିଶତ ରହିବା ଆକଳନ । ଜାତୀୟ ହାରଠୁ ଓଡିଶା ଅଭିବୃଦ୍ଧି ହାର ଅଧିକ ରହିବା ଆକଳନ । ଓଡିଶାର ଅଭିବୃଦ୍ଧି ହାର ୯ରୁ ୯.୫ ପ୍ରତିଶତ ରହିପାରେ । ତେବେ କାମଚଳା ବଜେଟରେ କାହା ପାଇଁ କେତେ ଘୋଷଣା ହୋଇଛି ଆସନ୍ତୁ ଜାଣିବା…

କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୨ ଶହ କୋଟି
ସମବାୟ ବ୍ୟାଙ୍କ ମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି
ଅବଢା ଯୋଜନା ପାଇଁ ୧୪୦୮ କୋଟି
ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ୧୫୦ କୋଟି
ବିଜୁ ଏକ୍ସପ୍ରେସ ପାଇଁ ୩୦୦ କୋଟି
ସହରାଞ୍ଚଳ ସ୍ୱରେଜ ପ୍ରକଳ୍ପ ପାଇଁ ୧୩୮ କୋଟି ଟଙ୍କା
ଜଳଜୀବନ ମିଶନ ପାଇଁ ୬ ହଜାର କୋଟି
ସହରାଞ୍ଚଳ ପ୍ରଶାସନ ଉନ୍ନତି ପାଇଁ ୪୫୦ କୋଟି
ସ୍ମାର୍ଟସିଟି ପାଇଁ ୨୦୦ କୋଟି
ମିଶନ ଶକ୍ତି ପାଇଁ ୨ ହଜାର କୋଟି
ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୨୩ ହଜାର ୯୭୪ କୋଟି
ଦୁଗ୍ଧ ଉତ୍ପାଦନ ଓ ଅଭିବୃଦ୍ଧି ପାଇଁ ୩୧ କୋଟି
କୁକୁଡା ଚାଷ ପାଇଁ ୮୭ କୋଟି
ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୫୫୨୩ କୋଟି
ଓୟୁଏଟିରେ ଗବେଷଣା ଓ ଶିକ୍ଷା ପାଇଁ ୧୦୬ କୋଟି

Leave A Reply

Your email address will not be published.