ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

0

ଖୋଜି ଖୋଜି ଧରୁଛି ଭିଜିଲାନ୍ସ । ଗୋଟେ ପଟେ ଗୋଟେ ସରକାରୀ ବାବୁଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଗିରଫ ପରେ ଆଜି ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢାଉ ଚାଲିଛି । ନୟାଗଡ ଆରଡବ୍ଲ୍ୟୁ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି । ନୟାଗଡ଼ ସ୍ଥିତ ବାସଭବନ ସମେତ ଗୋବିନ୍ଦଙ୍କର କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କ୍ୱାର୍ଟସରେ ଚଢାଉ କରିଛି ଭିଜିଲାନ୍ସ ।

ସେହିପରି ଭୁବନେଶ୍ୱର ଖଣ୍ଡଗିରିର ଗାୟତ୍ରୀବିହାର,ପଟିଆ ସ୍ଥିତ ବେସ୍ରା ଇମ୍ପ୍ରେସନ ପ୍ଲସରେ ଥିବା ଏକ ଫ୍ଲାଟରେ ଭିଜିଲାନ୍ସ ରେଡ଼ କରିଛି । କଟକର କିଶୋରନଗରରେ ଥିବା ପୈତୃକ ଘର ଓ ଲାଲବାଗ ଥାନା ଅନ୍ତର୍ଗତ ଅଲିଶା ବଜାରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ଉଠାଇନେଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ସରକାରୀ ବାସଭବନରେ ଜେରା ଚାଲିଛି ।

ଏହା ପୂର୍ବରୁ ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ଘରୁ ୧କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା । ଯାହାକି ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ଏହା ସହତାଙ୍କ ଘର ଓ ବ୍ୟାଙ୍କ ଲକରରୁ ୨.୫ କେଜିର ସୁନା ଜବତ କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଆଶିଷ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.