ପ୍ରମୁଖ ଖବର

ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’, ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭା
ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

0

ଖୋଜି ଖୋଜି ଧରୁଛି ଭିଜିଲାନ୍ସ । ଗୋଟେ ପଟେ ଗୋଟେ ସରକାରୀ ବାବୁଙ୍କ ଘରେ ଚାଲିଛି ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଗିରଫ ପରେ ଆଜି ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଚଢାଉ ଚାଲିଛି । ନୟାଗଡ ଆରଡବ୍ଲ୍ୟୁ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ । ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି । ନୟାଗଡ଼ ସ୍ଥିତ ବାସଭବନ ସମେତ ଗୋବିନ୍ଦଙ୍କର କଟକ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କ୍ୱାର୍ଟସରେ ଚଢାଉ କରିଛି ଭିଜିଲାନ୍ସ ।

ସେହିପରି ଭୁବନେଶ୍ୱର ଖଣ୍ଡଗିରିର ଗାୟତ୍ରୀବିହାର,ପଟିଆ ସ୍ଥିତ ବେସ୍ରା ଇମ୍ପ୍ରେସନ ପ୍ଲସରେ ଥିବା ଏକ ଫ୍ଲାଟରେ ଭିଜିଲାନ୍ସ ରେଡ଼ କରିଛି । କଟକର କିଶୋରନଗରରେ ଥିବା ପୈତୃକ ଘର ଓ ଲାଲବାଗ ଥାନା ଅନ୍ତର୍ଗତ ଅଲିଶା ବଜାରରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି । ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ଉଠାଇନେଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ଼ ସରକାରୀ ବାସଭବନରେ ଜେରା ଚାଲିଛି ।

ଏହା ପୂର୍ବରୁ ମାଲକାନଗିରିର ଆରଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ଘରୁ ୧କୋଟି ୩୯ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିଲା । ଯାହାକି ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ଏହା ସହତାଙ୍କ ଘର ଓ ବ୍ୟାଙ୍କ ଲକରରୁ ୨.୫ କେଜିର ସୁନା ଜବତ କରାଯାଇଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଆଶିଷ କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.