ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବନ୍ଦ ହେବ କି ଯୁଦ୍ଧ? କିଭ୍ ଓ ଚେର୍ଣ୍ଣିହିବ୍‌ରୁ ସୈନ୍ୟ କମାଇବ ଋଷ

0

୩୫ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ତୁର୍କୀର ଇସ୍ତାନବୁଲରେ ଋଷ-ୟୁକ୍ରେନ ମଧ୍ୟରେ ୩ ଘଣ୍ଟା ଧରି ହୋଇଥିବା ଆଲୋଚନାରେ ଋଷ ଆକ୍ରମଣ କମ କରିବା ନେଇ କହିଛି । ବୈଠକରେ ଉଭୟ ଦେଶର ପ୍ରତିନିଧି ମଣ୍ଡଳ କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଦୁଇ ଦେଶ ସହମତିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି । ବୈଠକ ପରେ ଋଷ ଘୋଷଣା କରିଛି ଯେ, ୟୁକ୍ରେନର ଦୁଇଟି ସହ କିଭ୍ ଓ ଚେର୍ନିଭରୁ ସୈନ୍ୟ ହଟାଇବ । ସେପଟେ ୟୁକ୍ରେନ ଏହି ଆଲୋଚନା ବେଳେ ଋଷ ସମ୍ମୁଖରେ ଅନେକ ପ୍ରସ୍ତାବ ରହିଛି ।

ୟୁକ୍ରେନ କହିଛି , ଯଦି ସୁରକ୍ଷା ପ୍ରତିଶ୍ରୁତି ମିଳେ,ତେବେ ଆମେ ନିରପେକ୍ଷ ରହିବୁ ଓ ସାମରିକ ମିଳିତ ମଞ୍ଚ ରେ ଯୋଗଦେବୁ ନାହିଁ । ୟୁକ୍ରେନ ଏହା ମଧ୍ୟ କହିଛି ଯେ, ଆମେ ନିଜ ମାଟିରେ ବିଦେଶୀ ସେନାର ବେସ୍ ନିର୍ମାଣ ହେବାକୁ ଦେବୁ ନାହିଁ ଏବଂ ପରମାଣୁ ଅସ୍ତ୍ର ମଧ୍ୟ ହାସଲ କରିବୁ ନାହିଁ । ଏହା ସହ ଡୋନବାସ ଓ କ୍ରିମିଆ ଉପରେ ଦାବି କରାଯିବନି କି ୟୁକ୍ରେନକୁ ୟୁରୋପୀୟ ୟୁନିଅନରେ ଯୋଗଦେବାକୁ ଋଷ ବିରୋଧ କରିବ ନାହିଁ ବୋଲି ୟୁକ୍ରେନ କହିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି,ଆଲୋଚନାରୁ ସକାରାତ୍ମକ ଦିଗ ମିଳିଛି । କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଆଗକୁ ପୁଟିନଙ୍କୁ ଭେଟିପାରନ୍ତି ଜେଲେନସ୍କି ।

Leave A Reply

Your email address will not be published.