ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି, ଜନତା-ପୁଲିସ ମୁହାଁମୁହିଁ

0

ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟ ମଧ୍ୟରେ ଏବେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ପୁଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ରାଷ୍ଟ୍ରପତି ଗୋଟବାୟା ରା ଜପକ୍ଷେଙ୍କ ଇସ୍ତଫା ଦାବିରେ ତାଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ହଜାର ହଜାର ଲୋକ ବିକ୍ଷୋଭ କରୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଲୁହ ବୁହା ଗ୍ୟାସ ଓ ପାଣି ମାଡ଼ କରିଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ସଂଘର୍ଷରେ କିଛି ଜଣ ଆହତ ହୋଇଥିବା ଖବର ମିଳିଛି । ସହରରେ ଏବେ କିଛି ସ୍ଥାନରେ କର୍ଫ୍ୟୁ ଲଗାଯାଇଛି ।

ଗୁରୁବାର ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ୫ ହଜାରରୁ ଅଧିକ ଲୋକ ତାଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆନ୍ଦୋଳନକାରୀ ମାନେ ଗୋଟେ ବସ,ପୁଲିସ ଜିପ୍‌ ଓ ବାଇକ ଜାଳିଦେଇଥିବା ପୁଲିସ କହିଛି ।ଆନ୍ଦୋଳନ ବେଳେ ପୁଲିସ ୪୫ ଜଣଙ୍କୁ ଗିରଫ କରିଛି । ଶ୍ରୀଲଙ୍କାରେ ଘୋର ଖାଦ୍ୟ ଅଭାବ ଦେଖାଦେଇଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ମିଳୁନାହିଁ ।

ଅତ୍ୟାବଶ୍ୟକ ସାମଗ୍ରୀ ଦର ବହୁ ମାତ୍ରାରେ ବୃଦ୍ଧି ପାଉଥିବାବେଳେ ଲୋକେ ଖାଇବାକୁ ପାଉନାହାନ୍ତି । ସରକାରଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ଅତ୍ୟାବଶ୍ୟକ ବୈଦେଶିକ ମୂଦ୍ରା ନାହିଁ । ତେଣୁ ବିଦ୍ୟୁ୍‌ତ ବଂଚାଇବା ପାଇଁ ଶ୍ରୀଲଙ୍କା ସହରରେ ଲାଗିଥିବା ସବୁ ଷ୍ଟ୍ରିଟ ଲାଇଟ ବନ୍ଦ କରିଦିଆଯାଇଛି । ପ୍ରାୟ ଅଢେଇ କୋଟି ଲୋକ ୨୪ ଘଂଟାରୁ ୧୩ ଘଂଟା ବିନା ବିଦ୍ୟୁତରେ ରହୁଛନ୍ତି ।

ବିଗତ ଦଶନ୍ଧୀ ମଧ୍ୟରେ ଶ୍ରୀଲଙ୍କାରେ କେବେ ବି ଏଭିଳି ସ୍ଥିତି ଉପୁଜିନଥିଲା । ଶ୍ରୀଲଙ୍କା ଉପରେ ୫୧ ବିଲିୟନ ଡଲାର ଅର୍ଥାତ ୩ ଲକ୍ଷ ହଜାର ୨ ଶହ ୫୨ କୋଟିରୁ ଅଧିକ ଋଣ ରହିଛି ।କରୋନା ସଂକ୍ରମଣ ଯୋଗୁଁ ୨୦୨୦ରୁ ଶ୍ରୀଲଙ୍କାରେ ମୂଦ୍ରାସ୍ପିତି ୧୮.୭ ପ୍ରତିଶତ ରହିଛି । ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୂଦ୍ରା୍‌ସ୍ପିତି ୩୦.୨ ପ୍ରତିଶତ ରହିଛି ।

Leave A Reply

Your email address will not be published.