ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

0

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୁ୍‌ଙ୍କ ରୋଷଘରେ ଭାଙ୍ଗିଲା ଚୁଲି । ରୋଷଘରେ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇ ଚୁଲି ଭାଙ୍ଗିଦେଇଛନ୍ତି । ରୋଷଘରର ୪୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ସହ ଅନ୍ୟ ଚୁଲି ଗୁଡିକ ଭାଙ୍ଗିଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କ ଦୁଇଟି ଚୁଲି ମଧ୍ୟ ଭାଙ୍ଗିଯାଇଛି । ଏହି ଚୁଲିରେ ମହାପ୍ରଭୁ୍‌ଙ୍କ କାନିକା ଓ ଖେଚୁଡି ପ୍ରସ୍ତୁତ ହୁଏ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।କିଏ ଓ କାହିଁକି ଏଭଳି ରୋଷଘର ଚୁଲି ଭାଙ୍ଗିଲା ଜଣାପଡିନାହିଁ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚୁଲି ଭାଙ୍ଗିଥିବାରୁ ଭୋଗ ନୀତି ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ଘଟିପାରେ ।

Leave A Reply

Your email address will not be published.