ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ

0

ପୁରୀ ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୁ୍‌ଙ୍କ ରୋଷଘରେ ଭାଙ୍ଗିଲା ଚୁଲି । ରୋଷଘରେ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇ ଚୁଲି ଭାଙ୍ଗିଦେଇଛନ୍ତି । ରୋଷଘରର ୪୦ରୁ ଅଧିକ ଚୁଲି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ଜଣାପଡିଛି । ୨ କୋଠଭୋଗ ପ୍ରସ୍ତୁତ କରାଯାଉଥିବା ଚୁଲି ସହ ଅନ୍ୟ ଚୁଲି ଗୁଡିକ ଭାଙ୍ଗିଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଥାଳି ସୁଆର ଓ ତୁଣୁ ସୁଆରଙ୍କ ଦୁଇଟି ଚୁଲି ମଧ୍ୟ ଭାଙ୍ଗିଯାଇଛି । ଏହି ଚୁଲିରେ ମହାପ୍ରଭୁ୍‌ଙ୍କ କାନିକା ଓ ଖେଚୁଡି ପ୍ରସ୍ତୁତ ହୁଏ । ଏହି ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।କିଏ ଓ କାହିଁକି ଏଭଳି ରୋଷଘର ଚୁଲି ଭାଙ୍ଗିଲା ଜଣାପଡିନାହିଁ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଚୁଲି ଭାଙ୍ଗିଥିବାରୁ ଭୋଗ ନୀତି ପ୍ରସ୍ତୁତିରେ ସାମାନ୍ୟ ବିଳମ୍ବ ଘଟିପାରେ ।

Leave A Reply

Your email address will not be published.