ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶର୍ମିଷ୍ଠା-ଝୁନାଙ୍କୁ ମହାଁମୁହିଁ ଜେରା

0

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ମୁହାଁମୁହିଁ ଜେରା କରାଯାଇଛି । ଆଜିଠୁ ଉଭୟଙ୍କୁ ୩ ଦିନ ରିମାଣ୍ଡରେ ନିଆଯାଇଥିବା ବେଳେ ମିଳିତ ଭାବେ ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଗୁଡାଇତୁଡାଇ ମୁହାଁମୁହି ବସାଇ ପ୍ରଶ୍ନ କରାଯାଇଛି । ମେମୋରି ଚିପ୍ ଓ ଡାଏରୀକୁ ନେଇ ପ୍ରଶ୍ନ କରାଯାଇଛି । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ପକ୍ଷର ପଚରାଉଚରା କରାଯାଉଛି । ତଦନ୍ତରେ ସହଯୋଗ କରୁଛନ୍ତି ଶର୍ମିଷ୍ଠା ଓ ଝୁନା ।

ଆସନ୍ତାକାଲି ଜେରା ସମ୍ପର୍କରେ ଗଣମାଧ୍ୟରେ ସୂଚନା ଦିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରଥମେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଥିଲା କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡରେ ଆଣି କିପରି ଅପହରଣ ଓ ହତ୍ୟା କରାଯାଇଥିଲା ସେ ସମସ୍ତ ସିନର ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଅନେକ ରହସ୍ୟ ଉପରୁ ପରଦା ଉଠିପାରିନଥିବା ବେଳେ ପୁଣି ଥରେ ଶର୍ମିଷ୍ଠା ଓ ଝୁନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଆଜିଠୁ ୩ ଦିନିଆ ରିମାଣ୍ଡରେ ଉଭୟଙ୍କୁ ନେଇ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.