ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ପୁଟିନଙ୍କ ଉପରେ ଗର୍ଜିଲେ ବାଇଡେନ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସବିଧ୍ୱସ୍ତ ହୋଇଗଲାଣି । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପୁଣି ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନା ପୁଟିନଙ୍କୁ ପୁଣି ଥରେ ଯୁଦ୍ଧ ଅପରାଧି ବୋଲି କହିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ଯୁଦ୍ଧ ପାଇଁ ଋଷ ସମ୍ପୂର୍ଣ୍ଣ ଦାୟୀ । ଏବଂ ପୁଟିନ ଜଣେ ଯୁଦ୍ଧ ଅପରାଧୀ । ତେଣୁ ଋଷ ବିରୋଧରେ ଅଧିକ କଟକଣା ଜାରି ଲାଗି ସେ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି । ୟୁକ୍ରେନର ରାଜଧାନୀ କିଭ୍ ପାଖରେ କୁଢ କୁଢ ଶବ ପଡିଥିବା ଦେଖିବାକୁ ମିଳିଛି । ଏଯାଏଁ ୪୧୦ରୁ ଅଧିକ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି । ଏମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଆଗକୁ ଆହୁରି ମଧ୍ୟ ସଂଖା ବଢିପାରେ ବୋଲି
ଜଣାପଡିଛି ।

ଆମେରିକା ରାଷ୍ଟ୍ରପତି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧର ବିଚାର ଆରମ୍ଭ ପାଇଁ ମତ ଦେଇଛନ୍ତି । ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟିନିଓ ଗଟର୍ସ କିଭରେ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ସେହିପରି ବୁଚା ସହରରେ ହୋଇଥିବା ଗଣହତ୍ୟା ଘଟଣାର ଅନୁଧ୍ୟାନ ଲାଗି ସେହି ସହରକୁ ଗସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହା ସହ ୟୁକ୍ରେନକୁ ତୁରନ୍ତ ସହାୟତା ଲାଗି ବିଶ୍ୱ ସମୁଦାୟକୁ ଅନୁରୋଧ କରିଛନ୍ତିା ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଇଏସଆଇଏସ ଠାରୁ ଅଧିକ ବର୍ବର କାଣ୍ଡ ଘଟାଇଛନ୍ତି ଋଷ ସେନା ।ବାଇଡେନ କହିଛନ୍ତି, ଯୁଦ୍ଧ ପାଇଁ ୟୁକ୍ରେନକୁ ଆମେରିକା ସମସ୍ତ ଅସ୍ତ୍ରଶସ୍ତ୍ର ଯୋଗାଇବ । ପୁଟିନ ବିରୋଧରେ ତଦନ୍ତ ହେବ

Leave A Reply

Your email address will not be published.