ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ପୁଟିନଙ୍କ ଉପରେ ଗର୍ଜିଲେ ବାଇଡେନ

0

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସବିଧ୍ୱସ୍ତ ହୋଇଗଲାଣି । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପୁଣି ଗର୍ଜିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନା ପୁଟିନଙ୍କୁ ପୁଣି ଥରେ ଯୁଦ୍ଧ ଅପରାଧି ବୋଲି କହିଛନ୍ତି ବାଇଡେନ ।

ବାଇଡେନ କହିଛନ୍ତି, ଯୁଦ୍ଧ ପାଇଁ ଋଷ ସମ୍ପୂର୍ଣ୍ଣ ଦାୟୀ । ଏବଂ ପୁଟିନ ଜଣେ ଯୁଦ୍ଧ ଅପରାଧୀ । ତେଣୁ ଋଷ ବିରୋଧରେ ଅଧିକ କଟକଣା ଜାରି ଲାଗି ସେ ବିଶ୍ୱ ସମୁଦାୟକୁ ଆହ୍ୱାନ ଦେଇଛନ୍ତି । ୟୁକ୍ରେନର ରାଜଧାନୀ କିଭ୍ ପାଖରେ କୁଢ କୁଢ ଶବ ପଡିଥିବା ଦେଖିବାକୁ ମିଳିଛି । ଏଯାଏଁ ୪୧୦ରୁ ଅଧିକ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି । ଏମାନଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ଆଗକୁ ଆହୁରି ମଧ୍ୟ ସଂଖା ବଢିପାରେ ବୋଲି
ଜଣାପଡିଛି ।

ଆମେରିକା ରାଷ୍ଟ୍ରପତି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ପୁଟିନଙ୍କ ବିରୋଧରେ ଯୁଦ୍ଧ ଅପରାଧର ବିଚାର ଆରମ୍ଭ ପାଇଁ ମତ ଦେଇଛନ୍ତି । ଜାତିସଂଘ ମହାନିର୍ଦ୍ଦେଶକ ଆଣ୍ଟିନିଓ ଗଟର୍ସ କିଭରେ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି । ସେହିପରି ବୁଚା ସହରରେ ହୋଇଥିବା ଗଣହତ୍ୟା ଘଟଣାର ଅନୁଧ୍ୟାନ ଲାଗି ସେହି ସହରକୁ ଗସ୍ତ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଏହା ସହ ୟୁକ୍ରେନକୁ ତୁରନ୍ତ ସହାୟତା ଲାଗି ବିଶ୍ୱ ସମୁଦାୟକୁ ଅନୁରୋଧ କରିଛନ୍ତିା ୟୁକ୍ରେନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆଇଏସଆଇଏସ ଠାରୁ ଅଧିକ ବର୍ବର କାଣ୍ଡ ଘଟାଇଛନ୍ତି ଋଷ ସେନା ।ବାଇଡେନ କହିଛନ୍ତି, ଯୁଦ୍ଧ ପାଇଁ ୟୁକ୍ରେନକୁ ଆମେରିକା ସମସ୍ତ ଅସ୍ତ୍ରଶସ୍ତ୍ର ଯୋଗାଇବ । ପୁଟିନ ବିରୋଧରେ ତଦନ୍ତ ହେବ

Leave A Reply

Your email address will not be published.