ଦମୟନ୍ତୀ ମାଝି ହେଲେ କଟକର ଡେପୁଟି ମେୟର । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ଦାଖଲ କରିଥିବାରୁ କଟକ ମହାନଗର ନିଗମର ଡେପୁଟି ମେୟର ଭାବେ ସେ ନିର୍ବାଚିତ ହୋଇଛନ୍ତି । ବିଜେପି ଓ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ । ତେଣ ଦମୟନ୍ତୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେପଟେ କଟକର ମେୟର ଭାବେ ସୁବାସ ସିଂହ ଆଜି ଶପଥ ନେଇଛନ୍ତି । ୫୯ ଜଣ କର୍ପୋରେଟର ମଧ୍ୟ ସୁବାସ ସିଂହଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଆଜି କଟକ ମହାନଗର ନିଗମର ଡେପୁଟି ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହୋଇଛି ।ସେହିପରି ଆସନ୍ତାକାଲି ବ୍ରହ୍ମପୁର ମହାନଗର ନିଗମ ଓ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଡେପୁଟି ମେୟର ପଦ ଲାଗି ମତଦାନ ହେବ ।
ପ୍ରମୁଖ ଖବର
ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ