ପ୍ରମୁଖ ଖବର

ପାତ୍ରପଡା ସୂତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି
ପେରୁରେ ପର୍ଯ୍ୟଟକ ବିମାନ ଦୁର୍ଘଟଣା, ୧୩ ମୃତ
ଶ୍ରାବଣ ସୋମବାରରେ ୯ ଘଣ୍ଟା ଉପବାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ
କେରଳରେ ବର୍ଷା ବିତ୍ପାତ: ୮ ମୃତ, ୮ ନିଖୋଜ
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡିଶା ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ

0

ଓଡିଶାର ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡିଶାର ବିଜେପି ସାଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୋଦୀ ସାଂସଦଙ୍କୁ ସଂଗଠନକୁ କିଭଳି ସୁଦୃଢ କରିହେବ ସେ ନେଇ ପରାମର୍ଶ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହ ।ଇବାକୁ ମୋଦୀ କହିଥିବା ସାକ୍ଷାତ ପରେ କହିଛନ୍ତି ସାଂସଦ ।

ସେହିପରି ସାଂସଦ ମାନେ କିଭଳି ଲୋକପ୍ରିୟତା ପାଇବେ ସେ ନେଇ ଟିପ୍ସ ଦେଇଛନ୍ତି ମୋଦୀ। କେବଳ ଓଡିଶା ନୁହେଁ, ଦିଲ୍ଲୀ ,ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ନିକଟତର ହେବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ପ୍ରାୟ ଘଣ୍ଟାଏ ଧରି ସାଂସଦ ମାନଙ୍କ ସହ ଆଲୋଚନା କରିଥିଲେ ମୋଦୀ । କିଛି ଦିନ ତଳେ ଜେପି ନଡ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଭେଟିଥିଲେ । ଏହା ପରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଫଟୋ ମଧ୍ୟ ଟୁଇଟ କରିଥିଲେ । ଏବେ ପୁଣି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.