ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ଓଡିଶା ସାଂସଦଙ୍କୁ ମୋଦୀଙ୍କ ପରାମର୍ଶ

0

ଓଡିଶାର ବିଜେପି ସାଂସଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ଓଡିଶାର ବିଜେପି ସାଂସଦ । ଉଭୟ ଲୋକସଭା ଓ ରାଜ୍ୟସଭାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ମୋଦୀ ସାଂସଦଙ୍କୁ ସଂଗଠନକୁ କିଭଳି ସୁଦୃଢ କରିହେବ ସେ ନେଇ ପରାମର୍ଶ ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ରାଜ୍ୟବାସୀଙ୍କ ପାଖରେ ପହ ।ଇବାକୁ ମୋଦୀ କହିଥିବା ସାକ୍ଷାତ ପରେ କହିଛନ୍ତି ସାଂସଦ ।

ସେହିପରି ସାଂସଦ ମାନେ କିଭଳି ଲୋକପ୍ରିୟତା ପାଇବେ ସେ ନେଇ ଟିପ୍ସ ଦେଇଛନ୍ତି ମୋଦୀ। କେବଳ ଓଡିଶା ନୁହେଁ, ଦିଲ୍ଲୀ ,ହରିୟାଣା, ଉତ୍ତରାଖଣ୍ଡର ସାଂସଦ ଓ ମନ୍ତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଓ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ କରିବା ସହ ଲୋକଙ୍କ ନିକଟତର ହେବାକୁ ମୋଦୀ ପରାମର୍ଶ ଦେଇଛନ୍ତି । ପ୍ରାୟ ଘଣ୍ଟାଏ ଧରି ସାଂସଦ ମାନଙ୍କ ସହ ଆଲୋଚନା କରିଥିଲେ ମୋଦୀ । କିଛି ଦିନ ତଳେ ଜେପି ନଡ୍ଡାଙ୍କୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଭେଟିଥିଲେ । ଏହା ପରେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଫଟୋ ମଧ୍ୟ ଟୁଇଟ କରିଥିଲେ । ଏବେ ପୁଣି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ରାଜ୍ୟ ବିଜେପି ରାଜନୀତି ସରଗରମ ହୋଇଛି ।

Leave A Reply

Your email address will not be published.