ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣାରେ ଚିନ୍ତାପ୍ରକଟ କେଲେ କେନ୍ଦ୍ରମନ୍ତ୍ରୀ

0

  • ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ
  • ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ
  • ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର ବିଷୟ
  • ପ୍ରାକ୍ ଏବଂ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି

ଢ଼େଙ୍କାନାଳରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ତଥା ବିଜେପି ନେତ୍ରୀ ଜୟନ୍ତୀ ପାତ୍ର ଏବଂ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ରଙ୍କୁ ଦୁର୍ବତ୍ତ ଦୁଇ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିବା ତଥା ତାଙ୍କ ବାସଭବନକୁ ବୋମା ମାଡ଼ ଘଟଣାରେ ଚିନ୍ତାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଡିଜିଙ୍କ ସହ କଥା ହୋଇଥିବା ବେଳେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଢ଼େଙ୍କାନାଳ ହେଉଛି ଶାନ୍ତିପ୍ରିୟ ଅଞ୍ଚଳ । ଦୁର୍ବୃତ୍ତମାନେ ନିର୍ଭୟରେ ଏଭଳି ଘଟଣା ଘଟାଇବା ଅତ୍ୟନ୍ତ ଚିନ୍ତାଜନକ । ଭୟ ଓ ଆତଙ୍କରାଜ ସୃଷ୍ଟି କରି ବିଜେପି ନେତାଙ୍କ ସ୍ୱରକୁ ଦବାଯାଇପାରିବ ନାହିଁ । ଏଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କେବଳ ମୋ ପାଇଁ ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ଚିନ୍ତାର କାରଣ । ନିକଟ ଅତୀତରେ ପ୍ରାକ୍ ଏବଂ ପରବର୍ତ୍ତୀ ନିର୍ବାଚନୀ ହିଂସା ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଇବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କଲା ଭଳି ମନେହେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.