ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ବିଜୟଙ୍କ ନୂଆ ରାଜନୈତିକ ଯାତ୍ରା ଆରମ୍ଭ

0

କିଏ କହୁଛି ବିଜେଡିକୁ ଫେର; ଆଉ କାହାର ମତ ଆପ୍ ନ ହେଲେ ନୂଆ ଆଞ୍ଚଳିକ ଦଳ

ରାମନବମୀରେ ବନ୍ଧୁମିଳନ ଆଳରେ ଖୋଲା ଆଲୋଚନା ଆରମ୍ଭ କରାଗଲା

ଆଉ କେତୋଟି ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ନିକଟତମ ମହଲରୁ ସୂଚନା

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଲାଗି କୌଶଳ ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟିରୁ ମୁହଁ ଫେରାଇବା ପରେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ରାଜନୈତିକ ନେତୃତ୍ବ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବରୁ ରାଜ୍ୟବାସୀ ଜାଣିଛନ୍ତି ଯେ ବିଜୟ ନୂଆଦିଲ୍ଲୀ ଏବଂ ପଶ୍ଚିମବଙ୍ଗ ଯାଇ ବିଭିନ୍ନ ନେତାଙ୍କ ସହିତ ଆଲୋଚନା କରି ଫେରିଥିଲେ। ରବିବାର ରାମ ନବମୀରେ ଶ୍ରୀ ମହାପାତ୍ର ଏକ ବନ୍ଧୁମିଳନ ଆଳରେ ବିଭିନ୍ନ ଦଳର ରାଜନେତା ଏବଂ କିଛି ସାମ୍ବାଦିକଙ୍କ ମତ ନେଇଥିବା ଜଣାପଡିଛି। ଆଗକୁ ତାଙ୍କର ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ ସେ ବିଚାର ଆଲୋଚନା ଆରମ୍ଭ କରିଛନ୍ତି।

ଅନ୍ୟପଟରେ କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ନେତାମାନଙ୍କର ଏବେ ବିଜୟଙ୍କ ଘରକୁ ସୁଅ ଛୁଟିଛି। ଶ୍ରୀ ମହାପାତ୍ରଙ୍କୁ ସେମାନେ ଆଗରେ ରଖି କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ପ୍ରସ୍ତାବ ଦେଉଛନ୍ତି। ନୂଆକଥାଟି ହେଉଛି ଯୁବକମାନେ ଏବେ ବିଜୟଙ୍କୁ ନେତାମାନେ ରାଜନୈତକ କାର୍ଯ୍ୟକ୍ରମ ଲାଗି ପ୍ରସ୍ତାବ ଦେଉଥିବା ଦେଖିବାକୁ ମିଳିଛି। ବିଜୟ ସବୁ ଶୁଣୁଛନ୍ତି ହେଲେ, ତାଙ୍କର ରାଜନୈତିକ ଗତି ସଂପର୍କରେ କିଛି ବି ମୁହଁ ଖୋଲୁନାହାନ୍ତି। ଆଉ କେତୋଟି ବୈଠକ ପରେ ସେ ନିଜର ରାଜନୈତିକ ଭବିଷ୍ୟତ ସଂପର୍କରେ ଠୋସ୍ କିଛି ନିଷ୍ପତ୍ତି ନେବେ ବୋଲି ତାଙ୍କର ନିକଟତମ ମହଲରୁ ପ୍ରକାଶ।

ରବିବାର କିଛି ନେତା ତାଙ୍କୁ ଅନ୍ୟ ଦଳକୁ ନ ଯାଇ ପୁରୁଣା ଘରକୁ ଅର୍ଥାତ୍ ବିଜେଡିକୁ ଫେରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ବିଜେଡି ଏହା ଦ୍ବାରା ଅଧିକ ଶକ୍ତ ହେବ। ଯେହେତୁ ବିଜେଡି ଗଠନରେ ତାଙ୍କର ବଡ ଭୂମିକା ଥିଲା ଓ ପୁରୁଖା ନେତାଙ୍କୁ ଏବେ ଦଳ ଭିତରେ କୋଣଠେସା କରାଯାଇଛି ଏଣୁ ଶ୍ରୀ ମହାପାତ୍ର ଗଲେ ଏଥିରେ ଦ୍ରୁତ ପରିବର୍ତ୍ତନ ହେବ ବୋଲି କୁହାଯାଇଛି। କେବଳ ସେତିକି ନୁହେଁ, ଓଜିପି ସମୟର କିଛି ନେତା ମଧ୍ୟ ଏବେ ବିଜେଡିରେ ଅଛନ୍ତି। ସେପଟେ କେନ୍ଦ୍ରାପଡାର କର୍ମୀମାନେ ତାଙ୍କୁ ତୁରନ୍ତ ରାଜନୈତିକ ନିଷ୍ପତ୍ତି ସ୍ପଷ୍ଟ କରିବା ଲାଗି ଚାପ ପକାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଏବେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟି ବା ଆପର ଭବିଷ୍ୟତ ଥିବା କଥା ବିଜୟଙ୍କୁ ବୁଝାଇଛନ୍ତି। ଆପର ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ସହିତ ବିଜୟ ଖାପ ଖୁଆଇପାରିବେ ବୋଲି ସେମାନଙ୍କର ମତ। କେବଳ ସେତିକି ନୁହେଁ, ଅସନ୍ତୁଷ୍ଟ ବିଜେପି, ବିଜେଡି ଏବଂ କଂଗ୍ରେସ ଘରୁ ଆପକୁ ଆସିବା ଲାଗି କୌଣସି ଅସୁବିଧା ହେବ ନାହିଁ ବୋଲି ସେମାନେ ଦାବି କରିଛନ୍ତି। ଫଳରେ ବିଜେପିକୁ ଛାଡି ଆପ୍ ପ୍ରତ୍ୟକ୍ଷ ଭାବେ ବିଜେଡି ସହିତ ଲଢ଼ିବ।

ହେଲେ ବିଜୟଙ୍କ ସହିତ ଦୀର୍ଘ ଦିନ ଧରି ରହିଥିବା ବରିଷ୍ଠ ସାମ୍ବାଦିିକମାନେ ତାଙ୍କୁ ନୂଆ ଆଞ୍ଚଳିକ ଦଳ ଗଠନ ସଂପର୍କରେ ପ୍ରବର୍ତାଇଛନ୍ତି। ଏପରିକି ଓଜିପିର ପୁନରୁଦ୍ଧାର କରାଯାଉ ଅଥବା ଓଡ଼ିଶା ଜନତା ଦଳ ଗଠନ କରି ବିଜେଡି ସହିତ ମୁକାବିଲା କରାଯାଇପାରିବ ବୋଲି ଏହି ମହଲରୁ ପ୍ରସ୍ତାବ ମିଳିଛି। ଏମାନଙ୍କର ଯୁକ୍ତି ହେଉଛି ବିଜେଡିରେ ଅନେକ ନେତା ଏବେ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ଅଛନ୍ତି ଓ ଦଳରେ ସେମାନଙ୍କ ଭବିଷ୍ୟତ ଦେଖିପାରୁନାହାନ୍ତି। ବିଜେପିର ଭବିଷ୍ୟତ ମଧ୍ୟ ଅନୁରୂପ ରହିଛି। ବିଜେଡି-ବିଜେପି ହାତ ଧରାଧରି ହୋଇ ଚାଲିଛନ୍ତି। ଏଣୁ ଏହାର ଫାଇଦା ନେବା ଲାଗି ଗୋଟିଏ ଆଞ୍ଚଳିକ ଦଳ ଗଠନ ହେଲେ ୨୦୨୪ରେ ଉଲ୍ଲେଖନୀୟ ପରିବର୍ତ୍ତନ ଲାଗି ଏହା ସମର୍ଥ ହେବ। ସରକାର ଗଠନ କରିନପାରେ କିନ୍ତୁ ବିଜେପି ଏବଂ କଂଗ୍ରେସ ଠାରୁ ନିଶ୍ଚିତ ଭଲ କରିବ ବୋଲି ଏମାନଙ୍କର ପ୍ରସ୍ତାବ। ଆର୍ଥିକ ଦୃଷ୍ଟିର ଯିଏ ଯେତେ ସଶକ୍ତ ହେଲେ ବି ପଞ୍ଚାୟତ ନିର୍ବାଚନରେ ଯେଭଳି ୧କୋଟି ଭୋଟର ବିରୋଧୀ ପକ୍ଷରେ ଭୋଟ ଦେଇଛନ୍ତି, ସେମାନେ ବିଜୟଙ୍କ ଆଡକୁ ନିମଷକେ ଡେଇଁବେ ଓ ବଡ ପ୍ରଭାବ ପଡ଼ିପାରିବ ବୋଲି ଆଲୋଚନା ହୋଇଛି।

Leave A Reply

Your email address will not be published.