ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ପ୍ରଶଂସା କଲେ ବାଇଡେନ୍, ବଢ଼ିଲା ଭାରତର ପତିଆରା

0

ମୋଦୀ-ବାଇଡେନ୍ ଭର୍ଚୁଆଲ ବୈଠକ ଶେଷ, ଆଗକୁ ସଂପର୍କ ନିବିଡ ହେବ ବୋଲି କହିଲା ଆମେରିକା

ନୂଆଦିଲ୍ଲୀ: ଭାରତର ବୈଦେଶିକ ନୀତି ବିଶ୍ବ ଚମକାଇ ଦେଇଛି। ସାମାନ୍ୟ ଗରମ ଓ ନରମ ଭାଷାରେ ୟୁକ୍ରେନ ପ୍ରସଙ୍ଗରେ ଭାରତକୁ ଚେତାବନୀ ଦେଇ ଆସୁଥିବା ଆମେରିକା ଶେଷରେ ୟୁଟର୍ଣ୍ଣ ମାରିଲା। କେବଳ ସେତିକି ନୁହେଁ, ଭାରତକୁ ପ୍ରଶଂସା କରିବା ଲାଗି ମଧ୍ୟ ଆମେରିକା ପଛାଇ ନାହିଁ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ଭର୍ଚୁଆଲ ବୈଠକ ପରେ ଏଭଳି ଏକ ବଡ ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ୟୁକ୍ରେନ ପ୍ରସଙ୍ଗ ମୁଖ୍ୟତଃ ଆଲୋଚନା ହୋଇଥିଲା। ରୁଷ ପ୍ରତି ଭାରତର କୋହଳ ମନୋଭାବ ସଂପର୍କରେ ନକାରାତ୍ମକ ଆଭିମୁ୍ଖ୍ୟ ଗ୍ରହଣ କରି ଆସୁଥିବା ଆମେରିକା ରାଷ୍ଚ୍ରପତି ଆଜି ମତ ବଦଳାଇଥିଲେ। ୟୁକ୍ରେନକୁ ଭାରତର ସହାୟତାକୁ ପ୍ରଶଂସା କରିବା ସହିତ ରୁଷ-ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି କ୍ଷେତ୍ରରେ ଏଣିକି ଭାରତ ଓ ଆମେରିକା ମିଳିତ ଭାବେ କାମ କରିବେ ବୋଲି ବାଇଡେନ୍ କହିଥିଲେ।

ଆଲୋଚନା ବେଳେ ଭାରତର ତାର ଋଷ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ମତ ରଖିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସେ ଉଭୟ ରୁଷ୍ ରାଷ୍ଟ୍ରପତି ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହିତ ଏକାଧିକବାର କଥା ହୋଇଛନ୍ତି। ସଂସଦରେ ଏ ସଂପର୍କରେ ଆଲୋଚନା ହୋଇଛି। ୟୁକ୍ରେନରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା ଭାରତର ମୁଖ୍ୟ ଦାୟିତ୍ବ ଥିଲା, ଯାହା ପାଇଁ ୟୁକ୍ରେନକୁ ମାନବିକ ସହାୟତା ପ୍ରଦାନ କରାଯାଇଛି। ସେହିଭଳି ବୁଚା ଘଟଣାକୁ ଭାରତ କେବଳ ନିନ୍ଦା କରିଛି, ତା ନୁହେଁ ଏହାର ନିରପେକ୍ଷ ତଦନ୍ତ ଦାବି କରିଛି। ଅନ୍ୟପକ୍ଷରେ ବାଇଡେନ୍ ସନ୍ତୋଷ ପ୍ରକାଶ କରିବା ସହିତ ଆଗକୁ ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ବଢ଼ିବ ଏବଂ ମିଳିତ ଭାବେ ଆଗକୁ ବଢ଼ିବେ ବୋଲି କହିଥଲେ। ଆମେରିକାର ଆଗ୍ରହ କ୍ରମେ ଆଜିର ବୈଠକ ଅନୁଷ୍ଠିତ ହୋଇଥିଲା। ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସ୍ତରରେ ମଧ୍ୟ ଆଲୋଚନା ହୋଇଛି।

Leave A Reply

Your email address will not be published.