ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ଶପଥ ନେଉ ନେଉ ଶାହବାଜ ଇସ୍ତଫା ଦେଇଦେବେ ବୋଲି କାହିଁକି କହିଲେ?

0

ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶାହବାଜ ସରିଫ୍ ଆଜି କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ପାକ୍ ଅଡୁଆ ଛିଡିଲାନି। ଇମ୍ରାନ ଆରମ୍ଭରୁ ଅତ୍ୟନ୍ତ କଡା ଆଭିମୁଖ୍ୟ ଆପଣାଇଥିବା ବେଳେ ଶାହବାଜଙ୍କ ବିରୋଧରେ ଅଭିଯୋଗର ଲମ୍ବା ଫର୍ଦ ସାମ୍ନାକୁ ଆସିିଛି। ପରିସ୍ଥିତି ଏତେ ଗମ୍ଭୀର ହେଲାଣି ୟେ ଦାୟିତ୍ବ ନେଉ ନେଉ ଶାହବାଜ ନିଜ ମୁହଁରେ ନିଜ ଇସ୍ତଫା କଥା କହିବସିଲେଣି। ଇମ୍ରାନଙ୍କୁ ହଟାଇବା ପଛରେ ବିଦେଶୀ ଷଡ଼ଯନ୍ତ୍ର ହୋଇଥିଲା ଓ ସେଥିରେ ସରିଫ ଅଛନ୍ତି ବୋଲି ବିରୋଧୀ ଯେଉଁ ଅଭିଯୋଗ ରଖିଥିଲେ, ଆଜି ତା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। କହିଛନ୍ତି ଯେ ଏକଥା ଯଦି ପ୍ରମାଣ ହୁଏ, ତେବେ ସେ ପଦ ତ୍ୟାଗ କରିଦେବେ। ଇମ୍ରାନଙ୍କୁ ଅନାସ୍ଥା ଭୋଟରେ ବିଦା କରାଯାଇଛି ବୋଲି ସୂଚନା ଦେବା ସହିତ ଏବେ ଦେଶରେ ଅଚଳାବସ୍ଥାର ଅବସାନ ଘଟିବ ବୋଲି ସରିଫ୍ ଆଶା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ୧୪୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା ପ୍ରସଙ୍ଗ ପୁଣି ଥରେ ଉଠିଛି। ୨୦୨୦ରେ ସରିଫ୍ ଏହି ମାମଲାରେ ଗିରଫ ହୋଇଥିଲେ। ଇମ୍ରାନ ଏହାର ଫାଇଦା ନେଇ ସରିଫଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିବା ସହିତ ଲୋକଙ୍କୁ ତତାଇବାକୁ ଚେଷ୍ଟା କରୁଛନ୍ତି। କୁହାଯାଇଛି ଯେ ୨୦୨୧ରେ ଜାମିନରେ ଆସିଛନ୍ତି। ଶାହବାଜ ୧୯୯୦ ମସିହା ବେଳକୁ ମାତ୍ର ୨୧ଲକ୍ଷ ଟଙ୍କାର ମାଲିକ ଥିବା ବେଳେ ଏବେ କିଭଳି ତାଙ୍କର ସଂପତ୍ତି ୭୩୨ କୋଟିକୁ ପହଞ୍ଚିଲା?

ଏଠାରେ ଉଲ୍ଲେଖଥାଉକି, ଆଜ ଶାହବାଜ ଦାୟିତ୍ବ ନେବା ପୂର୍ବରୁ ପାକ୍ ରାଷ୍ଟ୍ରପତ ଆରିଫ୍ ଆଲଭି ଅସୁସ୍ଥ ହୋଇପଡ଼ିଥିଲେ। ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲା ଭଳି ପରିସ୍ଥିତି ହୋଇଥିଲା। ଫଳରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଘଣ୍ଟାଏ ବିଳମ୍ବ ହୋଇଥିଲା। ପରେ ସିନେଟ୍ ଅଧ୍ୟକ୍ଷ ସାଦିକ୍ ସଂଜରାନି ଏହି ଶପଥ ଗ୍ରହଣ ଦାୟିତ୍ବ ତୁଲାଇଥିଲେ।

ଉଲ୍ଲେଖଥାଉକି, ଇମ୍ରାନ ଆଜି କହିଛନ୍ତି ଯେ ସେ ଚୋରଙ୍କ ସହିତ ସଂସଦରେ ବସିବେ ନାହିଁ। ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କ ସମର୍ଥକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଏହାକୁ ଦ୍ବିତୀୟ ସ୍ବାଧୀନତା ସଂଗ୍ରାମ ବୋଲି ଇମ୍ରାନ କହିଛନ୍ତି।

Leave A Reply

Your email address will not be published.