ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ

0

କେନ୍ଦୁଝର ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁଁ ସମସ୍ତ ନେଟୱର୍କର ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯିବା ସହ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି । ଯୋଡ଼ା ବଜାରରେ ଏକ ଧାର୍ମିକ ଶୋଭାଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ । ଲୋକଙ୍କ ଘର ଉପରୁ ଟେକା ପଥର ମାଡ଼ ହେବାରୁ କବାଟ,ଝରକା ଭାଙ୍ଗିଯାଇଛି । ଲୋକେ ଭୟରେ ଘରୁ ବାହାରୁନାହାନ୍ତି । ଟେକାପଥର ମାଡ଼ରେ ୧୦ ଜଣ ପାଖାପାଖି ଆହତ ହୋଇଥିଲେ ।

ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି କରାଯାଇଛି । ବ୍ୟାପକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । କେନ୍ଦୁଝର ଏସପି ଓ ଉପଜିଲ୍ଲାପାଳ ଦୁଇ ଗୋଷ୍ଠୀର ୧୦ ଜଣ ଲେଖାଁଏ ବସି ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ପରେ ଉତ୍ତେଜନା ଲାଗି ରହିଛି ପୁରା ଜିଲ୍ଳାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ବେଳେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.