ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

୧୫୦୦ ଫୁଟ ତଳକୁ ଖସିପଡିଲେ ଯୁବକ

0

ଝାଡ଼ଖଣ୍ଡ ଦେଓଘରରେ ରୋପୱେ ଦୁର୍ଘଟଣାର ୪୦ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ରେସ୍କୁ ଅପରେସନ ସମୟରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ତେବେ ଏବେ ବି ୯ ଜଣ ଫସିରହିଥିବା ବେଳେ ହୃଦୟ ଦୋହାଲାଇଦେଲା ଭଳି ଭିଡିଓ ସାମନାକୁ ଆସିଛି । ହେଲିକପ୍ଟରରେ ଉଦ୍ଧାର ବେଳେ ୧୫୦୦ ଫୁଟ ତଳକୁ ଖସିପଡିଛନ୍ତି ଜଣେ ଯୁବକ । ସୋସିଆଲ ମିଡିଆରେ ବିଚଳିତ କରିଦେଲା ଭଳି ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି

ରୋପୱେ ଚଲାଉଥିବା ଦାମୋଦର ପ୍ରାଇଭେଟ ଲିମଟେଡ ଜେନେରାଲ ମ୍ୟାନେଜର ମହେଶ ମେହେଟ୍ଟାଙ୍କ କହିବା ଅନୁସାରେ, ରୋପୱେ ଦୁର୍ଘଟଣାଗ୍ରସ୍ତ ହେବାରୁ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ବ୍ୟକ୍ତିଙ୍କ ରେସ୍କୁ ଅପରେସନ ସମୟରେ ତଳେ ପଡି ମୃତ୍ୟୁ ହୋଇଛି । ଏବେ ଯାଏଁ ୩୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସକାଳ ୬ଟାରୁ ଲଗାତର ଉଦ୍ଧାର କାମ ଚାଲିଛି ।

କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଦୁର୍ଘଟଣା ହେଲା କେମିତି ? ଯେଉଁ ଟ୍ରଲିରେ ଏହି ଦୁର୍ଘଟଣା ଘଟିଥିଲା, ସେହି ଟ୍ରଲି ଜରିଆରେ ପ୍ରତିଦିନ ଶହ ଶହ ଲୋକ ଝାଡ଼ଖଣ୍ଡ ଦେଓଘରର ପାହାଡ଼ ଉପରେ ଥିବା ମନ୍ଦିରକୁ ଦର୍ଶନ ପାଇଁ ଯାଆନ୍ତି । ଗତ ରବିବାର ପାହାଡ ଉପରେ ଥିବା ମନ୍ଦିରକୁ ଏକା ସହ ୨୬ଟି ଟ୍ରଲି ବାହାରିଥିଲାା ଫଳରେ ରୋପୱେ କେବୁଲର ଭାର ବଢିଯାଇଥିଲା । ଏବଂ ଗୋଟିଏ ରୋଲର ଭାଙ୍ଗିଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୋଟିଏ ରୋଲର ଭାଙ୍ଗିବା ମାତ୍ରେ ୩ଟି ଟ୍ରଲି ପାହାଡରେ ଯାଇ ଧକ୍କା ହୋଇଥିଲା । ଏସବୁ ଏତେ ଦ୍ରୁତ ଗତିରେ ହେଲା ଯେ, କେହି କିଛି ବୁଝିପାରିନଥିଲେ, ଅନେକ ଭକ୍ତ ଟ୍ରଲିରୁ ଭୂମିରେ ପଡିଯାଇଥିଲେ ।

Leave A Reply

Your email address will not be published.