ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

କୋଟିଆ ଦଖଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପଦବି!

0

ଭୁବନେଶ୍ବର: କୋଟିଆ ପ୍ରସଙ୍ଗର ସାନି ଶୁଣାଣି ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ ପରେ ଓଡ଼ିଶା ସରକାର ଯେତିକି ଉତ୍ସାହିତ ଅଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେତିକି ବଡ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇ କୋଟିଆକୁ ଯେମିତି ହେଲେ ନିଜ ଅଧୀନକୁ ଆଣିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ଏପ୍ରିଲ ୪ ତାରିଖରେ ଆନ୍ଧ୍ର ସରକାର ୧୩ ନୂଆ ଜିଲ୍ଲା ଗଠନ ବେଳେ ମାନ୍ୟମ୍ ଜିଲ୍ଲା ଅଧୀନକୁ ସାଲୁର୍ ନିର୍ବାଚନମଣ୍ଡଳୀ ନିଆଯାଇଥିଲା। ସାଲୁର୍ ନିର୍ବାଚନମଣ୍ଡଳୀ ଅଧୀନରେ କୋଟିଆ ରହିଛି ବୋଲି ଆନ୍ଧ୍ର ସରକାର ଦାବି କରି ଓଡ଼ିଶା ବିରୋଧରେ ଗୋଟିଚାଳନା କରୁଛନ୍ତି।

ଏବେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାରେ ଆନ୍ଧ୍ର ସରକାର ଆଉ ଏକ ବଡ ପଦକ୍ଷେପ ନେଇଥିବା ଖବର ମିଳୁଛି। ତାହା ହେଲା, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାଲୁର ବିଧାୟକ ପି ରାଜନ୍ନ ଦୋରାଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସେ ଉପମୁଖ୍ୟମନ୍ତ୍ରୀ ଭାବେ ଏବେ ଜଗନ ସରକାରରେ କାର୍ଯ୍ୟ କରିବେ। ମିଳୁଥିବା ସୂଚନା ଅନୁସାରେ, କୋଟିଆରେ କିଭଳି ଆନ୍ଧ୍ର ସରକାରଙ୍କ ଦବଦବା ବଢ଼ିବ ସେ ନେଇ ମଧ୍ୟ ସଂପୃକ୍ତ ସରକାର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ସେ ଅନୁସାରେ ଆଗକୁ ବଢିବେ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ, ଏବେ ରାଜନ୍ନ ଦୋରା ନିଜ କ୍ଷମତା ପ୍ରୟୋଗ କରି କୋଟିଆ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବେ ଏବଂ ଓଡ଼ିଶା ବିରୋଧରେ ଉସୁକାଇବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ଓଡ଼ିଶା ସରକାର କେବଳ କୋର୍ଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଲଢ଼ିଲେ ଚଳିବ ନାହିଁ, ବରଂ ଗ୍ରାଉଣ୍ଡରେ ମଧ୍ୟ ଆନ୍ଧ୍ର ସରକାରଙ୍କୁ ବିସ୍ମିତ କରିବା ଭଳି ପଦକ୍ଷେପ ନେବାକୁ ହେବ। ସ୍ଥାନୀୟ ଲୋକଙ୍କୁ ମନାଇବାକୁ ହେବ। ଏହି ପ୍ରସଙ୍ଗ ସହିତ ଓଡ଼ିଶାର ସମ୍ମାନ ବାଜି ଲାଗିଛି। ଏଣୁ ଯେତେକଥା କରଣୀୟ, ରାଜ୍ୟ ସରକାର ସେସବୁ କରିବା ଦରକାର ବୋଲି କିଛି ବରିଷ୍ଠ ନେତା ମତ ରଖୁଛନ୍ତି।

Leave A Reply

Your email address will not be published.