ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କୋଟିଆ ଦଖଲ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପଦବି!

0

ଭୁବନେଶ୍ବର: କୋଟିଆ ପ୍ରସଙ୍ଗର ସାନି ଶୁଣାଣି ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ ପରେ ଓଡ଼ିଶା ସରକାର ଯେତିକି ଉତ୍ସାହିତ ଅଛନ୍ତି, ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେତିକି ବଡ ଝଟକା ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ନେଇ କୋଟିଆକୁ ଯେମିତି ହେଲେ ନିଜ ଅଧୀନକୁ ଆଣିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ଏପ୍ରିଲ ୪ ତାରିଖରେ ଆନ୍ଧ୍ର ସରକାର ୧୩ ନୂଆ ଜିଲ୍ଲା ଗଠନ ବେଳେ ମାନ୍ୟମ୍ ଜିଲ୍ଲା ଅଧୀନକୁ ସାଲୁର୍ ନିର୍ବାଚନମଣ୍ଡଳୀ ନିଆଯାଇଥିଲା। ସାଲୁର୍ ନିର୍ବାଚନମଣ୍ଡଳୀ ଅଧୀନରେ କୋଟିଆ ରହିଛି ବୋଲି ଆନ୍ଧ୍ର ସରକାର ଦାବି କରି ଓଡ଼ିଶା ବିରୋଧରେ ଗୋଟିଚାଳନା କରୁଛନ୍ତି।

ଏବେ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଗୋଟିଚାଳନାରେ ଆନ୍ଧ୍ର ସରକାର ଆଉ ଏକ ବଡ ପଦକ୍ଷେପ ନେଇଥିବା ଖବର ମିଳୁଛି। ତାହା ହେଲା, ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାଲୁର ବିଧାୟକ ପି ରାଜନ୍ନ ଦୋରାଙ୍କୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ସେ ଉପମୁଖ୍ୟମନ୍ତ୍ରୀ ଭାବେ ଏବେ ଜଗନ ସରକାରରେ କାର୍ଯ୍ୟ କରିବେ। ମିଳୁଥିବା ସୂଚନା ଅନୁସାରେ, କୋଟିଆରେ କିଭଳି ଆନ୍ଧ୍ର ସରକାରଙ୍କ ଦବଦବା ବଢ଼ିବ ସେ ନେଇ ମଧ୍ୟ ସଂପୃକ୍ତ ସରକାର ଏକ ନକ୍ସା ପ୍ରସ୍ତୁତ କରିଛନ୍ତି। ସେ ଅନୁସାରେ ଆଗକୁ ବଢିବେ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ, ଏବେ ରାଜନ୍ନ ଦୋରା ନିଜ କ୍ଷମତା ପ୍ରୟୋଗ କରି କୋଟିଆ ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବେ ଏବଂ ଓଡ଼ିଶା ବିରୋଧରେ ଉସୁକାଇବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦେଇ ହେଉନାହିଁ। ଓଡ଼ିଶା ସରକାର କେବଳ କୋର୍ଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଲଢ଼ିଲେ ଚଳିବ ନାହିଁ, ବରଂ ଗ୍ରାଉଣ୍ଡରେ ମଧ୍ୟ ଆନ୍ଧ୍ର ସରକାରଙ୍କୁ ବିସ୍ମିତ କରିବା ଭଳି ପଦକ୍ଷେପ ନେବାକୁ ହେବ। ସ୍ଥାନୀୟ ଲୋକଙ୍କୁ ମନାଇବାକୁ ହେବ। ଏହି ପ୍ରସଙ୍ଗ ସହିତ ଓଡ଼ିଶାର ସମ୍ମାନ ବାଜି ଲାଗିଛି। ଏଣୁ ଯେତେକଥା କରଣୀୟ, ରାଜ୍ୟ ସରକାର ସେସବୁ କରିବା ଦରକାର ବୋଲି କିଛି ବରିଷ୍ଠ ନେତା ମତ ରଖୁଛନ୍ତି।

Leave A Reply

Your email address will not be published.