ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଉବେର ପରେ ବଢିଲା ଓଲା ଭଡ଼ା, ଜାଣନ୍ତୁ କେଉଁ ସହରରେ ଯାତ୍ରା କରିବା ମହଙ୍ଗା ହେବ

0

ଏବେ ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିସାରିଛି । ଏହାର ପ୍ରଭାବ ଏବେ କ୍ୟାବ ଓ ଟ୍ୟାକ୍ସି ସେବା ଉପରେ ପଡିଛି । ଆମେରିକା କମ୍ପାନୀ
ଉବେର ମୁମ୍ବାଇ ଓ ଦିଲ୍ଲୀ ଏନସିଆର ପରେ କୋଲକତା ଓ ହାଇଦ୍ରାବାଦରେ ମଧ୍ୟ ଭଡ଼ା ବୃଦ୍ଧି କରିଛି । ସେହିପରି ଉବେର ପରେ ଓଲା ମଧ୍ୟ ବହୁ ସହରରେ ଭଡା ବୃଦ୍ଧି ନେଇ ନିଷ୍ପତ୍ତି ନେଇଛି । ଓଲା କିଛି ସହରରେ ଭଡା ବୃଦ୍ଧି ମଧ୍ୟ କରିସାରିଛି । ହାଇଦ୍ରାବାଦ, କୋଲକତା ମୁମ୍ବାଇରେ ଭଡାକୁ ୧୬ ପ୍ରତିଶତ ବଢାଇଦେଇଥିବା ଖବର ମିଳିଛି ।

ଉବେର ଇଣ୍ଡିଆ ଆଣ୍ଡ ସାଉଥ ଏସିଆ ମୁଖ୍ୟ କହିଛନ୍ତି, ତୈଳ ଦର ବୃଦ୍ଧି ଯୋଗୁଁ ଡ୍ରାଇଭର ମାନଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ତୈଳ ଦର ବୃଦ୍ଧି ପରେ ଡ୍ରାଇଭରଙ୍କ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଆମେ ଦିଲ୍ଲୀ ଏନସିଆର ଓ କୋଲକତାରେ ଦର ୧୨ ପ୍ରତିଶତ ବଢାଇବାକୁ ନିଷ୍ପତ୍ତି ନେଇଛୁ । ସେହିପରି ମୁମ୍ବାଇ ଓ ହାଇଦ୍ରାବାଦରେ ୧୫ ପ୍ରତିଶତ ଭଡ଼ା ବୃଦ୍ଧି କରାଯାିଛି ।

ସେ କହିଛନ୍ତି ଯେ, ଆଗାମୀ ଦିନରେ କମ୍ପାନୀ ତୈଳ ଦରକୁ ନଜରରେ ରଖି ସେହି ହିସାବରେ ନିଷ୍ପତ୍ତି ନେବ । ଦୁଇ କମ୍ପାନୀ ଏଭଳି ସମୟରେ ଭଡା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ଯେତେବେଳେ ଦୁଇ କମ୍ପାନୀର ଡ୍ରାଇଭର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ହରତାଳ କରୁଛନ୍ତି । ଡ୍ରାଇଭର ଦରମା ବୃଦ୍ଧି ପାଇଁ ଆନ୍ଦୋଳନ କରୁଛନ୍ତି ।

Leave A Reply

Your email address will not be published.