ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋସିଆଲ ମିଡିଆରୁ ମିଳିଲା ବଡ ସହାୟତା

0

ଆମେରିକା ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଧରାପଡିଥିବା ୬୨ ବର୍ଷର ଅଭିଯୁକ୍ତ ହେଉଛି ଫ୍ରେଙ୍କ ଜେମ୍ସ। କିଛି ଲୋକ ତା ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ। ଏହା ପରେ ଏକ ଗାଁରୁ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ପୁଲିସ ଘଟଣାକୁ ଆତଙ୍କବାଦୀ ପ୍ରସଙ୍ଗ ସହ ଯୋଡିବାକୁ ମନା କରିଛି।

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆମେରିକାର ସ୍ଥାନୀୟ ପୁଲିସ ଓ କେନ୍ଦ୍ରୀୟ ପୁଲିସ ଉଭୟ ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ୍‌ ସବଷ୍ଟେସନରେ ଅଭିଯୁକ୍ତ ଜଣକ ଆଖିବୁଜା ଗୁଳିମାଡ କରିଥିଲା। । ଏଥିରେ ୧୬ ଜଣ ଆହତ ହୋଇଥିଲେ। ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଛି।। ୧୩ ଜଣ ଗୁଳିମାଡ଼ରେ ଦୌଡାଦୌଡି ଯୋଗୁଁ ଠେଲାପେଲାରେ ଆହତ ହୋଇଥିଲେ।

ଗୁଳିମାଡ ପରେ ସେହି ସ୍ଥାନରୁ ଏକ ଇନ୍ଧନ ଭର୍ତ୍ତି କଣ୍ଟେନର ଜବତ ହୋଇଥିଲା। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଅଭିଯୁକ୍ତ ଜଣକ ମେଟ୍ରୋ ଷ୍ଟେସନର ନିର୍ମାଣ ଶ୍ରମିକ ଭାବେ ପଶି ଆକ୍ରମଣ କରିଥିଲ।ଗୁଳିମାଡ଼ ବେଳେ ଅଭିଯୁକ୍ତ ଜଣକ ଗ୍ୟାସ ମାସ୍କ ପିନ୍ଧିଥିଲା। ଏପରିକି ଅଭିଯୁକ୍ତ ଧରାଇଦେଲେ ୫୦ ହଜାର ଡଲାର ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଥିଲା ।

Leave A Reply

Your email address will not be published.