ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସୋସିଆଲ ମିଡିଆରୁ ମିଳିଲା ବଡ ସହାୟତା

0

ଆମେରିକା ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଧରାପଡିଥିବା ୬୨ ବର୍ଷର ଅଭିଯୁକ୍ତ ହେଉଛି ଫ୍ରେଙ୍କ ଜେମ୍ସ। କିଛି ଲୋକ ତା ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ। ଏହା ପରେ ଏକ ଗାଁରୁ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ପୁଲିସ ଘଟଣାକୁ ଆତଙ୍କବାଦୀ ପ୍ରସଙ୍ଗ ସହ ଯୋଡିବାକୁ ମନା କରିଛି।

ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆମେରିକାର ସ୍ଥାନୀୟ ପୁଲିସ ଓ କେନ୍ଦ୍ରୀୟ ପୁଲିସ ଉଭୟ ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ୍‌ ସବଷ୍ଟେସନରେ ଅଭିଯୁକ୍ତ ଜଣକ ଆଖିବୁଜା ଗୁଳିମାଡ କରିଥିଲା। । ଏଥିରେ ୧୬ ଜଣ ଆହତ ହୋଇଥିଲେ। ୫ ଜଣଙ୍କ ଦେହରେ ଗୁଳି ବାଜିଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଛି।। ୧୩ ଜଣ ଗୁଳିମାଡ଼ରେ ଦୌଡାଦୌଡି ଯୋଗୁଁ ଠେଲାପେଲାରେ ଆହତ ହୋଇଥିଲେ।

ଗୁଳିମାଡ ପରେ ସେହି ସ୍ଥାନରୁ ଏକ ଇନ୍ଧନ ଭର୍ତ୍ତି କଣ୍ଟେନର ଜବତ ହୋଇଥିଲା। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଅଭିଯୁକ୍ତ ଜଣକ ମେଟ୍ରୋ ଷ୍ଟେସନର ନିର୍ମାଣ ଶ୍ରମିକ ଭାବେ ପଶି ଆକ୍ରମଣ କରିଥିଲ।ଗୁଳିମାଡ଼ ବେଳେ ଅଭିଯୁକ୍ତ ଜଣକ ଗ୍ୟାସ ମାସ୍କ ପିନ୍ଧିଥିଲା। ଏପରିକି ଅଭିଯୁକ୍ତ ଧରାଇଦେଲେ ୫୦ ହଜାର ଡଲାର ପୁରସ୍କାର ଦିଆଯିବ ବୋଲି ପୁଲିସ ଘୋଷଣା କରିଥିଲା ।

Leave A Reply

Your email address will not be published.