ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିପାରେ ସୁଯୋଗ

0


ଆଇପିଏଲରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଏପର୍ଯ୍ୟନ୍ତ ୫ ଥରର ଚାମ୍ପିଅନ ମୁମ୍ବାଇ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନାହିଁ। କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ମୁମ୍ବାଇ । ଏପଟେ ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରୁ ଟେନସନରେ ରୋହିତ ଶର୍ମା । ଏବେ ମୁମ୍ବାଇ ଟିମ୍‌ରେ ସବୁ ଟପ୍ ଖେଳାଳି ଫେଲ୍ ମାରିଛନ୍ତି । ଏବେ ଟିମରେ ଥିବା ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ ତେବେ ଅର୍ଜୁନ ତେନ୍ଦୁଲକରଙ୍କୁ ଚୂଡାନ୍ତ ଏକାଦଶରେ ଟିମ୍ ସାମିଲ କରିପାରେ ।

ସୂଚନା ଅନୁଯାୟୀ ଅର୍ଜୁନ ୨୦୨୧ରୁ ମୁମ୍ବାଇ ସହ ରହିଛନ୍ତି । ଗତ ସିଜିନରେ ତାଙ୍କୁ ମୁମ୍ବାଇ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଚଳିତ ସିଜିନରେ ତାଙ୍କ ପଛରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଟିମ୍ । କିନ୍ତୁ ଏବେସୁଦ୍ଧା ଅର୍ଜୁନ ଗୋଟିଏ ହେଲେ ମ୍ୟାଚ୍ ଖେଳି ନାହାଁନ୍ତି । ତାଙ୍କ କ୍ୟାରିଅର ଦେଖିଲେ, ସେ ଏବେସୁଦ୍ଧା ଦୁଇଟି ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ୨ଟି ଓ୍ୱିକେଟ୍ ନେବା ସହ ୩ ରନ୍ କରିଛନ୍ତି । ସେ ଜଣେ ବାମହାତୀ ଦ୍ରୁତ ବୋଲର । ତେବେ ମୁମ୍ବାଇ ଅର୍ଜୁନଙ୍କୁ ଟିମରେ ସାମିଲ କରିପାରେ ବୋଲି ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି ।

Leave A Reply

Your email address will not be published.