ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ବଦଳିବ ‘ସୁଆଣ୍ଡୋ’ର ଚିତ୍ର

0

ପୁରୀ: ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ୫-ଟି ସଚିବ। ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ସୁଆଣ୍ଡୋକୁ ଐତିହ୍ୟ ଗାଁରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର। ପଟ୍ଟନାଇକିଆ ଛକରୁ ସୁଆଣ୍ଡୋ ଗାଁର ରାସ୍ତାର ଉନ୍ନତିକରଣ କରାଯିବ। ଏନଏଚକୁ ସଂଯୋଗ କରୁଥିବା ରାସ୍ତାର ଦୋହରିକରଣ ହେଉଛି। ରାସ୍ତାକଡ଼ରେ ଆଶ୍ରୟସ୍ଥଳୀ ଓ ଆଗନ୍ତୁକଙ୍କ ପାଇଁ ବ୍ୟବସ୍ଥା ହେଉଛି। ସଂଗ୍ରହାଳୟ, ପାର୍କ ପ୍ରତିଷ୍ଠା ସହ ଗାଁ ସ୍କୁଲର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହା ସହ ଗୋପବନ୍ଧୁ ଦାସଙ୍କ ଷଠୀଘରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।

ସେହିପରି ସେଠାରେ ଥିବା ଶିବ ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ପୋଖରୀର ପୁନଃଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ
ପହଞ୍ଚିଛି। ସଂଗ୍ରହାଳୟର ଘର ନିର୍ମାଣ ସରିଛି। ବିଦ୍ୟୁତ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ
ପ୍ରତିମୂର୍ତ୍ତି , ପୈତୃକ ଗୃହର ପୁନଃ ବିକାଶ କାମ ମଧ୍ୟ ଚାଲିଛି। ଓଡିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାମ ମଧ୍ୟ ଆଗେଇ ଚାଲିଛି। ଏଥିପାଇଁ
ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବିଶ୍ୱବିଦ୍ୟାଳୟ ପାଇଁ ମୋଟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।

Leave A Reply

Your email address will not be published.