ପ୍ରମୁଖ ଖବର

ଅଣ ସେବାୟତଙ୍କୁ ରଥ ଉପର ମନା, ଚଢ଼ିଲେ ହେବେ ଗିରଫ
ଡିଏନଏରୁ ବିଜୟ ରୂପାନୀଙ୍କ ମୃତଦେହ ଚିହ୍ନଟ
ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ : ଜି-୭ ସମ୍ମିଳନୀରେ ଦେବେ ଯୋଗ
ଭୁଶୁଡିଲା ଇନ୍ଦ୍ରାୟଣୀ ନଦୀର ବ୍ରିଜ୍‌, ଭାସିଗଲେ ୨୦ ପର୍ଯ୍ୟଟକ
କେବଳ ଯାତ୍ରୀ ନୁହେଁ ମେଡ଼ିକାଲ ଛାତ୍ରଙ୍କ ପାଇଁ ମଧ୍ୟ ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ୭ ମୃତ

ବଦଳିବ ‘ସୁଆଣ୍ଡୋ’ର ଚିତ୍ର

0

ପୁରୀ: ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ୫-ଟି ସଚିବ। ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ସୁଆଣ୍ଡୋକୁ ଐତିହ୍ୟ ଗାଁରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ଉନ୍ନତିକରଣ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର। ପଟ୍ଟନାଇକିଆ ଛକରୁ ସୁଆଣ୍ଡୋ ଗାଁର ରାସ୍ତାର ଉନ୍ନତିକରଣ କରାଯିବ। ଏନଏଚକୁ ସଂଯୋଗ କରୁଥିବା ରାସ୍ତାର ଦୋହରିକରଣ ହେଉଛି। ରାସ୍ତାକଡ଼ରେ ଆଶ୍ରୟସ୍ଥଳୀ ଓ ଆଗନ୍ତୁକଙ୍କ ପାଇଁ ବ୍ୟବସ୍ଥା ହେଉଛି। ସଂଗ୍ରହାଳୟ, ପାର୍କ ପ୍ରତିଷ୍ଠା ସହ ଗାଁ ସ୍କୁଲର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଉଛି। ଏହା ସହ ଗୋପବନ୍ଧୁ ଦାସଙ୍କ ଷଠୀଘରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।

ସେହିପରି ସେଠାରେ ଥିବା ଶିବ ମନ୍ଦିରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ପୋଖରୀର ପୁନଃଖନନ, ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ
ପହଞ୍ଚିଛି। ସଂଗ୍ରହାଳୟର ଘର ନିର୍ମାଣ ସରିଛି। ବିଦ୍ୟୁତ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ
ପ୍ରତିମୂର୍ତ୍ତି , ପୈତୃକ ଗୃହର ପୁନଃ ବିକାଶ କାମ ମଧ୍ୟ ଚାଲିଛି। ଓଡିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାମ ମଧ୍ୟ ଆଗେଇ ଚାଲିଛି। ଏଥିପାଇଁ
ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ବିଶ୍ୱବିଦ୍ୟାଳୟ ପାଇଁ ମୋଟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି।

Leave A Reply

Your email address will not be published.