ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

0

ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଓଡ଼ିଶା ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ । ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବ। ସେ ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ । ସେଠାରୁ ଫେରିବା ପରେ ସେ ତାଙ୍କ ରିପୋର୍ଟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିବେ ।

ସୂଚନାଥାଉକି,୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ବି ଏଯାବତ୍ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ। ଶ୍ରୀ ପଟ୍ଟନାୟକ କହିସାରିଛନ୍ତି ଯେ ସେ ଆଉ ତାଙ୍କ ପଦରେ ରହିବାକୁ ଚାହାନ୍ତି ନାହିଁ ।ଏଣୁ ଏପ୍ରିଲ ମାସ ଶେଷ ସୁଦ୍ଧା ପିସିସି ସଭାପତି ନାମ ଚୟନ କରାଯିବାର ସମ୍ଭାବନା ରହିଛି । ରାଜ୍ୟରେ ଦଳର ସାଂଗଠନିକ ପରିସ୍ଥିତିକୁ ଦେଖି କଂଗ୍ରେସ ଅଧ୍ୟକ୍ଷା ଶୀଘ୍ର ତାଙ୍କର ନିଷ୍ପତ୍ତି ସ୍ଥିର କରିବା ଦରକାର । ନିକଟରେ ନିର୍ବାଚନ ରଣକୌଶଳ ବିଶେଷଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଦଳର କେନ୍ଦ୍ରୀୟ ନେତାମାନଙ୍କୁ କହିଛନ୍ତି ଯେ ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।ଏଥିପାଇଁ ଜଣେ ଦକ୍ଷ ସଂଗଠକସହ ଯୁବନେତାଙ୍କ ଆବଶ୍ୟକତା ରହିଛି। ଏଣୁ କିଏ ହେବ ପିସିସି ସଭାପତି ସେନେଇ ଚର୍ଚ୍ଚା ଯୋର ଧରିଛି।

Leave A Reply

Your email address will not be published.