ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଭିଜିଲାନ୍ସ ଜାଲରେ ଦୁଇ ବାବୁ

0

ଭୁବନେଶ୍ବର: ସକାଳୁ ସକାଳୁ ଦୁଇ ବାବୁଙ୍କୁ ଜାଲରେ ଛନ୍ଦିଛି ଭିଜିଲାନସ୍। ଜଣେ ହେଲେ ଯାଜପୁର ଆରଏମସି ମାର୍କେଟ ସରକାର ଗୟାଧର ସାହୁ। ଅନ୍ୟଜଣେ ହେଲେ ମାଲକାନଗିରି ଜିଲ୍ଲାର ମାଥିଲି ଥାନା ପୂର୍ବତନ ଏଏସଆଇ ଜୟଦାଶ ଖରା। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଉଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, କୋର୍ଟଙ୍କ ନିର୍ଦେଶ ଅନୁସାରେ ଗୟାଧରଙ୍କ ଉପରେ ଭିଜିଲାନ୍ସ ଚଢାଉ କରୁଛି। ଯାଜପୁର ଟାଉନ ଥାନା ଅନ୍ତର୍ଗତ ସନ୍ଥେଶ୍ବରପୁରସ୍ଥିତ ବାସଭବନ ଓ ସେ ଭଡା ଦେଇଥିବା ଘରମାନଙ୍କରେ ଭିଜିଲାନ୍ସ ଅଧିକାରୀ ଯାଞ୍ଚ ଚଳାଇଛନ୍ତି। ସେହିପରି ଶ୍ରୀ ଖରାଙ୍କର ମାଲକାନଗିରିସ୍ଥିତ ଭଡ଼ାଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶଶୁର ଘର ସମେତ ୫ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ।

ପୂର୍ବରୁ ଖରା ଗଞ୍ଜେଇ କାରବାର ଘଟଣାରେ ଗିରଫ ହୋଇଥିଲେ। ନିକଟରେ ସେ ଜାମିନରେ ଆସି ହେର୍ଡକ୍ବାଟର୍ସରେ ଅବସ୍ଥାପିତ ଥିଲେ।

Leave A Reply

Your email address will not be published.