ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଅତି ଭୀଷଣ ହୋଇପାରେ ବାତ୍ୟା

0
  • ବାତ୍ୟା କେଉଁଠି ଛୁଇଁପାରେ ଜାଣନ୍ତୁ
  • ୪ରେ ଘୂର୍ଣ୍ଣବଳୟ, ୭ରେ ବାତ୍ୟା ରୂପ ନେବ
  • ଅତି ଭୀଷଣ ରୂପ ନେଇ ଉପକୂଳ ମାଡି ଆସି ପାରେ
  • ୧୦ରେ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ

ଭୁବନେଶ୍ବର: ଆଶଙ୍କା ସତ ହୋଇପାରେ। ପାଣିପାଗ ବିଜ୍ଞାନୀ ସେଇ ଆଡକୁ ଆଙ୍ଗୁଠି ଉଠାଇଲେଣି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବ। ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆଜି ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଲଘୁଚାପ ବାତ୍ୟା ରୂପ ନେବ ଏବଂ ଅତି ଭୀଷଣ ଅବସ୍ଥାରେ ସ୍ଥଳ ଭାଗ ଛୁଇଁବ।

ମିଳୁଥିବା ସୂଚନା ଅନୁସାରେ, ମେ’ ୪ ତାରିଖରେ ଓଡ଼ିଶା ଉପକୂଳରୁ ପ୍ରାୟ ୧୩ ଶହ କିଲୋମିଟର ଦୂର ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୫ ତାରିଖରେ ଏହା ଲଘୁଚାପର ରୂପ ନେବା ସହିତ ପରବର୍ତ୍ତୀ ସମୟରେ ଘନୀଭୂତ ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ ଏହାକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରୁଛନ୍ତି। କିଏ କହୁଛି ଆନ୍ଧ୍ର ଉପକୂଳ ଛୁଇଁବ, ଆଉ କିଏ କହୁଛି ଓଡ଼ିଶା କିମ୍ବା ବାଂଲାଦେଶ ଆଡକୁ ମୁହାଁଇପାରେ ।

ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଗତ ତିନି ଦିନ ହେଲା ବିଭିନ୍ନ ମଡେଲ ବଙ୍ଗୋପସାଗରରେ ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ଆକଳନ କରୁଛନ୍ତି। ହେଲେ ଏହା ଘନ ଘନ ପରିବର୍ତ୍ତନ ହେଉଛି। ଆଜି ଉପରବେଳା ଉଭୟ ଜିଏଫ୍ଏସ୍ ଓ ଏସିଏଚ୍‌ଡବ୍ଲୁଏଫ୍ ମଡେଲରେ କିନ୍ତୁ ଅନେକ ସମାନତା ଆସିଛି।
ମେ’୪ରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ ଓ ୫ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଣ୍ଡାମାନର ଦକ୍ଷିଣରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଉଭୟ ସମୁଦ୍ର ଓ ବାୟୁମଣ୍ଡଳର ପରିସ୍ଥିତି ଅଧିକ ଘନୀଭୂତ ପାଇଁ ଅନୁକୂଳ ରହିଛି। ଫଳରେ ମେ’୬ରେ ଏହା ଅବପାତ, ୭ରେ ବାତ୍ୟା ଓ ୮ ତାରିଖରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ।

ବର୍ତ୍ତମାନର ମଡେଲ ଅନୁସରଣ କରି ଡ. ପଶୁପାଳକ ଆହୁରି କହୁଛନ୍ତି ଯେ ମେ’ ୬ ପରେ ଏହାର ଗତିପଥ ଉତ୍ତର-ପଶ୍ଚିମ ବା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ରପ୍ରଦେଶ ଦକ୍ଷିଣ ଉପକୂଳ ଆଡକୁ ମୁହାଁଇବ। ଯଦି ଏମିତି ହୁଏ, ତେବେ ୮ ତାରିଖ ରାତିଠାରୁ ଉପକୂଳ ଓଡ଼ିଶାର ପାଗରେ ପରିବର୍ତ୍ତନ ହେବ ଓ ବର୍ଷା ଆରମ୍ଭ ହୋଇପାରେ। ୧୦ ତାରିଖରେ ବାତ୍ୟା ଆନ୍ଧ୍ର ଉପକୂଳ ଛୁଇଁବ। ଅଷ୍ଟ୍ରେଲିଆର ଗୋଟିଏ ମଡେଲ କିନ୍ତୁ କହୁଛି ଯେ ଏହା ୮ ତାରିଖ ପରେ ରିକର୍ଭ ହୋଇପାରେ। ଅର୍ଥାତ୍ ପୁଣି ଦିଗ ବଦଳାଇବ। ଲଘୁଚାପ ସୃଷ୍ଟି ପରେ ଏ ସଂକ୍ରାନ୍ତରେ ଅଧିକ କିଛି କହିହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.