ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

୫୦ଲକ୍ଷ କୋଟି ଗିଳିଦେଲା କରୋନା

0

ମୁଣ୍ଡ ଗୋଳମାଳ କରିଦେଲାଣି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ

ତିନିବର୍ଷର କରୋନା କ୍ଷତିକୁ ବିଚାରକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି

୧୦ବର୍ଷ ପଛକୁ ଚାଲିଗଲା ଦେଶ, ମୁକୁଳିବ କେମିତି ସେ ଚନ୍ତା ଘାରିଛି

ଚତୁର୍ଥ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ କ୍ଷତି ପରିମାଣ ବଢ଼ିପାରେ

ମୁମ୍ବାଇ: କୋଭିଡ୍-୧୯ର ଅତି ଭୟାନକ ଦିଗ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ତିନିବର୍ଷରେ ପାଖାପାଖି ୫୦ଲକ୍ଷ କୋଟି ଟଙ୍କା ବରବାଦ ହୋଇଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଏକ ରିପୋର୍ଟରେ ଜଣାଇଛି। ୨୦୨୦-୨୧ରେ ୧୯.୧ ଲକ୍ଷ କୋଟି ଟଙ୍କା ନଷ୍ଟଭ୍ରଷ୍ଟ ହୋଇଯାଇଥିବା ରିପୋର୍ଟ କହିଛି। ସେହିଭଳି ୨୦୨୧-୨୨ରେ ୧୭.୧ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୧୬.୪ ଲକ୍ଷ କୋଟି ଟଙ୍କା ଦେଶ ହରାଇଥିବା ଏହି ରିପୋର୍ଟ ଆକଳନ କରିଛି। ଏତିକି ଅର୍ଥ ଭରଣା କରିବା ଲାଗି ପାଖାପାଖି ୧୦ବର୍ଷ ସମୟ ଲାଗିବ ବୋଲି ଏଥିରେ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ଗବେଷଣା ଟିମ୍ ଏହାକୁ ପ୍ରସ୍ତୁତ କରିଛି। ଏଥିସହିତ ଏହି ରିପୋର୍ଟ ଏବେ ଅର୍ଥନୀତିଜ୍ଞମାନଙ୍କ ମୁଣ୍ଡକୁ ଗୋଳମାଳ କରିଦେଲେଣି। ଏତେ ପରିମାଣ ଅର୍ଥ କେମିତି ଓ କିଭଳି ଭରଣା ହେବ ତାହାକୁ ନେଇ ସମସ୍ତେ ଅଡୁଆରେ ପଡିଛନ୍ତି। ଦେଶକୁ କରୋନା କେତେ ପଛକୁ ଟାଣିନେଲା, ଇଏ ତାର ଏକ ନମୁନା ବୋଲି କୁହାଯାଇଛି।

କୋଭିଡ୍ ମହାମାରୀ ଦେଶରେ ୫ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଏହି ତଥ୍ୟ ସରକାରୀ। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା କେତେ ଗୁଣ ଅଧିକ ହେବ; ତାହା ଆକଳନ କରିବା ମୁସ୍କିଲ୍। କ୍ଷତି କେବଳ ଏତିକିରେ ସୀମିତ ନାହିଁ, ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ଏହା ବରବାଦ କରିଦେଇଛି ଓ ଅନେକ ଲୋକଙ୍କୁ ଦୁର୍ଦିନ ଭିତରକୁ ନେଇ ଛିଡା କରିଛି। ଏହା ବ୍ୟତୀତ ସାଧାରଣ ଗରିବ, ଖଟିଖିଆ ମଣିଷର ଆର୍ଥିକ ସ୍ଥିତିକୁ କୋଭିଡ୍ ପ୍ରଚଣ୍ଡ ପ୍ରହାର ଦେଇଥିଲା।

ହଜାର ହଜାର ଶ୍ରମିକ ରାଜରାସ୍ତାକୁ ଚାଲିଆସିବା ସହିତ ଦିନ ଦିନ ଧରି ଚାଲିଥିବା ଦୃଶ୍ୟ ଦେଖିଥିଲା ଭାରତ। ଏବେ ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ ଆସିବା ପରେ ଏହାର ଭୀଷଣତା ସାମ୍ନାକୁ ଆସିଛି।ଏହି ରିପୋର୍ଟ ଆକଳନ କରି କହୁଛି ଯେ ଜିଡିପି ୬.୫ ପ୍ରତିଶତରୁ ୮.୫ ପ୍ରତିଶତ ଭିତରେ ରହିବ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯଦିଓ ଆଶ୍ବାସନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଆମେ ଏଭଳି ଏକ ପରିସ୍ଥିତିରୁ ମୁକୁଳିବା ବା ପ୍ରତ୍ୟାବର୍ତ୍ତନ କରିବା। ତଥାପି ଲାଗିଥିବା ଏହି ଚୋଟର କ୍ଷତ କିନ୍ତୁ ଢେର୍ ଗଭୀର ହୋଇଥିବାରୁ ଦେଶ ପଛକୁ ଚାଲିଯାଇଥିବା ଅର୍ଥନୀତିଜ୍ଞମାନଙ୍କୁ ବିଚଳିତ କରୁଛି। ପୁଣି ଯେହେତୁ ଚତୁର୍ଥ ଲହର ଆରମ୍ଭ ହୋଇଗଲାଣି, ଏହି କ୍ଷତିର ପରିମାଣ ଆହୁରି ବଢିପାରେ।

Leave A Reply

Your email address will not be published.