ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

୫୦ଲକ୍ଷ କୋଟି ଗିଳିଦେଲା କରୋନା

0

ମୁଣ୍ଡ ଗୋଳମାଳ କରିଦେଲାଣି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ

ତିନିବର୍ଷର କରୋନା କ୍ଷତିକୁ ବିଚାରକୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି

୧୦ବର୍ଷ ପଛକୁ ଚାଲିଗଲା ଦେଶ, ମୁକୁଳିବ କେମିତି ସେ ଚନ୍ତା ଘାରିଛି

ଚତୁର୍ଥ ଲହର ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ କ୍ଷତି ପରିମାଣ ବଢ଼ିପାରେ

ମୁମ୍ବାଇ: କୋଭିଡ୍-୧୯ର ଅତି ଭୟାନକ ଦିଗ ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛି। ତିନିବର୍ଷରେ ପାଖାପାଖି ୫୦ଲକ୍ଷ କୋଟି ଟଙ୍କା ବରବାଦ ହୋଇଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାର ଏକ ରିପୋର୍ଟରେ ଜଣାଇଛି। ୨୦୨୦-୨୧ରେ ୧୯.୧ ଲକ୍ଷ କୋଟି ଟଙ୍କା ନଷ୍ଟଭ୍ରଷ୍ଟ ହୋଇଯାଇଥିବା ରିପୋର୍ଟ କହିଛି। ସେହିଭଳି ୨୦୨୧-୨୨ରେ ୧୭.୧ ଲକ୍ଷ କୋଟି ଏବଂ ୨୦୨୨-୨୩ରେ ୧୬.୪ ଲକ୍ଷ କୋଟି ଟଙ୍କା ଦେଶ ହରାଇଥିବା ଏହି ରିପୋର୍ଟ ଆକଳନ କରିଛି। ଏତିକି ଅର୍ଥ ଭରଣା କରିବା ଲାଗି ପାଖାପାଖି ୧୦ବର୍ଷ ସମୟ ଲାଗିବ ବୋଲି ଏଥିରେ କୁହାଯାଇଛି। ରିଜର୍ଭ ବ୍ୟାଙ୍କର ଗବେଷଣା ଟିମ୍ ଏହାକୁ ପ୍ରସ୍ତୁତ କରିଛି। ଏଥିସହିତ ଏହି ରିପୋର୍ଟ ଏବେ ଅର୍ଥନୀତିଜ୍ଞମାନଙ୍କ ମୁଣ୍ଡକୁ ଗୋଳମାଳ କରିଦେଲେଣି। ଏତେ ପରିମାଣ ଅର୍ଥ କେମିତି ଓ କିଭଳି ଭରଣା ହେବ ତାହାକୁ ନେଇ ସମସ୍ତେ ଅଡୁଆରେ ପଡିଛନ୍ତି। ଦେଶକୁ କରୋନା କେତେ ପଛକୁ ଟାଣିନେଲା, ଇଏ ତାର ଏକ ନମୁନା ବୋଲି କୁହାଯାଇଛି।

କୋଭିଡ୍ ମହାମାରୀ ଦେଶରେ ୫ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି। ଏହି ତଥ୍ୟ ସରକାରୀ। କିନ୍ତୁ ବେସରକାରୀ ଭାବେ ଏହି ସଂଖ୍ୟା କେତେ ଗୁଣ ଅଧିକ ହେବ; ତାହା ଆକଳନ କରିବା ମୁସ୍କିଲ୍। କ୍ଷତି କେବଳ ଏତିକିରେ ସୀମିତ ନାହିଁ, ପିଲାମାନଙ୍କ ଶିକ୍ଷା ବ୍ୟବସ୍ଥାକୁ ଏହା ବରବାଦ କରିଦେଇଛି ଓ ଅନେକ ଲୋକଙ୍କୁ ଦୁର୍ଦିନ ଭିତରକୁ ନେଇ ଛିଡା କରିଛି। ଏହା ବ୍ୟତୀତ ସାଧାରଣ ଗରିବ, ଖଟିଖିଆ ମଣିଷର ଆର୍ଥିକ ସ୍ଥିତିକୁ କୋଭିଡ୍ ପ୍ରଚଣ୍ଡ ପ୍ରହାର ଦେଇଥିଲା।

ହଜାର ହଜାର ଶ୍ରମିକ ରାଜରାସ୍ତାକୁ ଚାଲିଆସିବା ସହିତ ଦିନ ଦିନ ଧରି ଚାଲିଥିବା ଦୃଶ୍ୟ ଦେଖିଥିଲା ଭାରତ। ଏବେ ରିଜର୍ଭ ବ୍ୟାଙ୍କର ଏହି ରିପୋର୍ଟ ଆସିବା ପରେ ଏହାର ଭୀଷଣତା ସାମ୍ନାକୁ ଆସିଛି।ଏହି ରିପୋର୍ଟ ଆକଳନ କରି କହୁଛି ଯେ ଜିଡିପି ୬.୫ ପ୍ରତିଶତରୁ ୮.୫ ପ୍ରତିଶତ ଭିତରେ ରହିବ।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯଦିଓ ଆଶ୍ବାସନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଆମେ ଏଭଳି ଏକ ପରିସ୍ଥିତିରୁ ମୁକୁଳିବା ବା ପ୍ରତ୍ୟାବର୍ତ୍ତନ କରିବା। ତଥାପି ଲାଗିଥିବା ଏହି ଚୋଟର କ୍ଷତ କିନ୍ତୁ ଢେର୍ ଗଭୀର ହୋଇଥିବାରୁ ଦେଶ ପଛକୁ ଚାଲିଯାଇଥିବା ଅର୍ଥନୀତିଜ୍ଞମାନଙ୍କୁ ବିଚଳିତ କରୁଛି। ପୁଣି ଯେହେତୁ ଚତୁର୍ଥ ଲହର ଆରମ୍ଭ ହୋଇଗଲାଣି, ଏହି କ୍ଷତିର ପରିମାଣ ଆହୁରି ବଢିପାରେ।

Leave A Reply

Your email address will not be published.