ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ୍

0

ଜଗତସିଂହପୁର: ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ  ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ରାୟ ପ୍ରକାଶ ପାଇଛି ।। ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ  ଉଭୟଙ୍କୁ ୧୪ ବର୍ଷ ଲେଖାଏ ସଜା ଶୁଣାଇଛନ୍ତି । ହେଲେ କୋର୍ଟଙ୍କ ରାୟରେ ପ୍ରମୋଦିନୀ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା କହିଛନ୍ତି।

ଏନେଇ  ପ୍ରମୋଦିନୀ କହିଛନ୍ତି, ୧୩ ବର୍ଷର ସଂଘର୍ଷ ବହୁତ ଯନ୍ତ୍ରଣାଦାୟକ ଥିଲା। ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଇଛି।  ଜୀବନ ସାରା ଏହା ରହିବ । କୋର୍ଟଙ୍କ ରାୟ ଆଜି ପ୍ରକାଶ ପାଇଛି।  କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି, କିନ୍ତୁ ଏଥିରେ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରୁନି । ଏଭଳି ଲୋକ ସାରା ଜୀବନ ଜେଲ୍‌ରେ ରହିବା ଆବଶ୍ୟକ । ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଉଛି । ମୋ ସହ ମୋ ପରିବାର ବି ଏହା ଭୋଗିଛି। ଜୀବନ ସାରା ମୁଁ ଶାରୀରିକ ଓ ମାନସିକ ଭାବେ ଏହି ଯନ୍ତ୍ରଣାକୁ ଭୋଗିବି। ତେଣୁ ତାକୁ ବି ସେମିତି ସଜା ମିଳିବା ଉଚିତ। ତାକୁ ଆହୁରି କଠୋର ସଜା ହେଉ, ସେ ଆଜୀବନ ଜେଲ୍‌ରେ ରହୁ । ଏହି ଲଢେଇକୁ ନେଇ ମୁଁ ଉପର କୋର୍ଟକୁ ବି ଯିବି ।

ସୂଚନାଥାଉକି: ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା । ତାଙ୍କ ଆଖି ଦୁଇଟି ନଷ୍ଟ ହୋଇ ଯାଇଥିଲା । ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ । ଦୀର୍ଘ ୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ସେ ଚାଲିବାକୁ ସକ୍ଷମ ହୋଇଥିଲେ ।

୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓ ରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି ।

Leave A Reply

Your email address will not be published.