ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ୧୪ ବର୍ଷ ଜେଲ୍

0

ଜଗତସିଂହପୁର: ୨୦୦୯ ମସିହାରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ  ହୋଇଥିବା ଏସିଡ ମାଡ଼ ମାମଲାରେ ଆଜି ରାୟ ପ୍ରକାଶ ପାଇଛି ।। ୧୩ ବର୍ଷ ପରେ ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ  ଉଭୟଙ୍କୁ ୧୪ ବର୍ଷ ଲେଖାଏ ସଜା ଶୁଣାଇଛନ୍ତି । ହେଲେ କୋର୍ଟଙ୍କ ରାୟରେ ପ୍ରମୋଦିନୀ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନ ଥିବା କହିଛନ୍ତି।

ଏନେଇ  ପ୍ରମୋଦିନୀ କହିଛନ୍ତି, ୧୩ ବର୍ଷର ସଂଘର୍ଷ ବହୁତ ଯନ୍ତ୍ରଣାଦାୟକ ଥିଲା। ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଇଛି।  ଜୀବନ ସାରା ଏହା ରହିବ । କୋର୍ଟଙ୍କ ରାୟ ଆଜି ପ୍ରକାଶ ପାଇଛି।  କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛି, କିନ୍ତୁ ଏଥିରେ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରୁନି । ଏଭଳି ଲୋକ ସାରା ଜୀବନ ଜେଲ୍‌ରେ ରହିବା ଆବଶ୍ୟକ । ପ୍ରତି ମୁହୂର୍ତ୍ତରେ ମୁଁ ଯନ୍ତ୍ରଣା ପାଉଛି । ମୋ ସହ ମୋ ପରିବାର ବି ଏହା ଭୋଗିଛି। ଜୀବନ ସାରା ମୁଁ ଶାରୀରିକ ଓ ମାନସିକ ଭାବେ ଏହି ଯନ୍ତ୍ରଣାକୁ ଭୋଗିବି। ତେଣୁ ତାକୁ ବି ସେମିତି ସଜା ମିଳିବା ଉଚିତ। ତାକୁ ଆହୁରି କଠୋର ସଜା ହେଉ, ସେ ଆଜୀବନ ଜେଲ୍‌ରେ ରହୁ । ଏହି ଲଢେଇକୁ ନେଇ ମୁଁ ଉପର କୋର୍ଟକୁ ବି ଯିବି ।

ସୂଚନାଥାଉକି: ୨୦୦୯ ଏପ୍ରିଲ ୧୮ ତାରିଖରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା । ତାଙ୍କ ଆଖି ଦୁଇଟି ନଷ୍ଟ ହୋଇ ଯାଇଥିଲା । ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ । ଦୀର୍ଘ ୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ସେ ଚାଲିବାକୁ ସକ୍ଷମ ହୋଇଥିଲେ ।

୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା । ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓ ରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି ।

Leave A Reply

Your email address will not be published.