ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଏସସିବିରେ ଆରମ୍ଭ ହେଲା ଅନ୍‌ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା

0

କଟକ: ଆଜିଠାରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବର୍ହିବିଭାଗ ପାଇଁ ଅନ୍‌ଲାଇନ୍‌ ସ୍ଲଟ୍‌ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। କଟକ ଏସସିବି ମେଡିକାଲର ପ୍ରିନ୍ସିପାଲ ପ୍ରଶନଜିତ ମହାନ୍ତିଙ୍କ ଦ୍ଵାରା ଏହି ଅନଲାଇନ୍ ସେବା ଆରମ୍ଭ ହୋଇଛି। www.eswasthya.odisha.gov.in ପୋର୍ଟାଲକୁ ଯାଇ ରୋଗୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଓପିଡି ଟିକେଟ୍‌ ରେଜିଷ୍ଟ୍ରେସନ୍‌ର ସୁବିଧା ପାଇପାରିବେ। ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜିକରଣ କରିପାରିବେ।

ତେବେ ପୋର୍ଟାଲରେ ପଞ୍ଜିକରଣ କରି ପ୍ରିଣ୍ଟ ଆଉଟ୍ ବାହାର କରି ନଥିଲେ ସେମାନେ କାଉଣ୍ଟରକୁ ଆସି ହାର୍ଡ କପି ନେଇପାରିବେ। ଏସସିବିରେ ଏବେ ମୋଟ ୨୦ଟି ଅଫ୍‌ଲାଇନ ଓପିଡ଼ି କାଉଣ୍ଟର ରହିଛି। ଏଠାରେ ଦୈନିକ ୭ ରୁ ୮ ହଜାର ଅଫ୍‌ଲାଇନ ଟିକେଟ୍ କଟାଯାଏ। ଦୈନିକ ପ୍ରତି କାଉଣ୍ଟରରେ ହାରାହାରି ୪୦୦ ବ୍ୟକ୍ତିଙ୍କର ଟିକେଟ କଟାଯାଇଥାଏ। ଏହି ଅନଲାଇନ୍ ସେବା ଆରମ୍ଭ ହେବା ପରେ ଲମ୍ବା ଲାଇନ ଭିଡ଼ କମିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.