ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

‘ଅସାନି’ ପ୍ରଭାବ; ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ କେନ୍ଦ୍ରୀଭୂତ ହୋଇଥିବା ‘ଅସାନି’ ଏବେ ଧୀରେ ଧୀରେ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏହା ଆନ୍ଧ୍ରପ୍ରଦେଶର ମଛଲିପଟନମର ଦକ୍ଷିଣ-ଦକ୍ଷିଣ ପୂର୍ବ ସମୁଦ୍ରରେ ୬୦କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେବା ସହିତ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ- ଦକ୍ଷିଣ ପଶ୍ଚିମ ଦିଗ ରେ ୫୪୦ କିମି ଦୂରରେ ଓ ପୁରୀର ଦକ୍ଷିଣ-ପଶ୍ଚିମଦିଗରେ ୬୬୦ କିଲୋମିଟର ଦୂରରେ ରହିଛି। ଏହା ବେଶ୍ କିଛି ସମୟ ପାଇଁ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶର ନିକଟବର୍ତ୍ତୀ ହେବ। ପରେ ବାତ୍ୟା ପୁଣି ଥରେ ସାମାନ୍ୟ ଦିଗ ପରିବର୍ତ୍ତନ କରିବା ସହିତ ଉତ୍ତର- ଉତ୍ତର ପୂର୍ବଦିଗରେ ମଛଲିପଟନମ୍, କାକିନାଡା ଉପକୂଳରେ ପହଞ୍ଚିବ। ସେଠାରୁ ମୁହଁ ମୋଡ଼ି ଉତ୍ତର ପୂର୍ବ ଦିଗକୁ ଅର୍ଥାତ୍ ବଙ୍ଗୋପସାଗର ମୁହାଁ ହେବ। ଆସନ୍ତକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଥିବ ବୋଲି ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ ଗତ ରାତିରୁ ବର୍ଷା ଲାଗି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଗଞ୍ଜାମ , ଗଜପତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ପୁରୀ , ଜଗତସିଂପୁର, କଟକ , ନୟାଗଡ଼ ଜିଲ୍ଲା ରେ ମଧ୍ୟମ ରୁ ପ୍ରବଳ ବର୍ଷା (୭-୧୧ ସେମି)🌧️ ସମ୍ଭାବନା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ର ଗୋଟିଏ କିମ୍ବା ଦୁଇଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା (୧୧-୨୦ସେମି)🌧️🌧️ ବର୍ଷା ସମ୍ଭାବନା ରହିଥିବା ସାର୍ଥକ ମିଶ୍ର ଆକଳନ କରିଛନ୍ତି।
ସେହିପରି ୧୨ ତାରିଖ ଅପରାହ୍ନରୁ ୧୩ ଅପରାହ୍ନ ଯାଏଁ ପୁରୀ , ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଉପକୂଳ ଓଡ଼ିଶାରେ ପବନର ବେଗ ୪୦କିମି ଯାଏଁ ରହିବ ଏବଂ ସମୁଦ୍ର ଅଶାନ୍ତ ରହିବ।

Leave A Reply

Your email address will not be published.