ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା

0

ବାଲେଶ୍ବର: ବାଲେଶ୍ୱରରେ କଲେଜ ହଷ୍ଟେଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଥିବା ଏକ ଘରୋଇ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ କଲେଜର ଛାତ୍ରୀ ସାବିତ୍ରୀ ବେହେରା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସହଯୋଗୀ ଓ ହଷ୍ଟେଲ ୱାର୍ଡେନଙ୍କଠାରୁ ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତ ଛାତ୍ରୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବଣତାଳପଦା ଗାଁରେ ।

ମୃତକଙ୍କ ପରିବାର ଲୋକେ ବାଲେଶ୍ୱର ସଦର ଥାନାରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲରେ ରହୁଥିବା ଜଣେ ସହପାଠୀଙ୍କ ୨୦୦ ଟଙ୍କା ଚୋରି ହୋଇଥିଲା । ସେଠାରେ ରହୁଥିବା ଅନ୍ୟ ତିନି ଜଣ ସାଙ୍ଗ ଓ ହଷ୍ଟେଲ ୱାର୍ଡେନ୍ ଏଥିପାଇଁ ସାବିତ୍ରୀଙ୍କୁ ଦାୟୀ କରିଥିଲେ । ଚୋରି କରିନଥିଲେ ବି ଟଙ୍କା ଫେରାଇବା ପାଇଁ ବାପାଙ୍କୁ ଫୋନ୍ କରି କାନ୍ଦି କାନ୍ଦି ୨୦୦ ଟଙ୍କା ମାଗିଥିଲେ । ଏହା ପରେ କଲେଜର ଜଣେ ଶିକ୍ଷକ ବିଳମ୍ବିତ ରାତିରେ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ ।

ଝିଅ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା କହିଥିଲେ । ପରେ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିବା କହିଛନ୍ତି ମୃତକଙ୍କ ବାପା ମାଆ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ ୱାର୍ଡନ ଓ ଅନ୍ୟ ଛାତ୍ରୀଙ୍କୁ ପଚରାଉଚରା କରିଛି । ଏହା ସହ ହଷ୍ଟେଲ ଚାରିପଟେ ଲାଗିଥିବା ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.