ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆତ୍ମସମର୍ପଣ କରିବାକୁ ୭ଦିନ ସମୟ ମାଗିଲେ ସିଦ୍ଧୁ

0

ନୂଆଦିଲ୍ଲୀ: ଆଜି ଆତ୍ମସମର୍ପଣ କରିବେନି ନବଜୋତ୍ ସିଂ ସିଦ୍ଧୁ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟଙ୍କୁ ଆହୁରି ସପ୍ତାହକର ସମୟ ମାଗିଛନ୍ତି ସିଦ୍ଧୁ । ଏଥିପାଇଁ ସେ କୋର୍ଟରେ କ୍ୟୁରେଟିଭ୍ ପିଟିସନ ଦାଏର କରିଥିବା ଜଣାପଡିଛି ।

ନବଜୋତ୍ ସିଂ ସିଦ୍ଧୁ ରୋଡରେଜ୍ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିବାର ଥିଲା । କିନ୍ତୁ ଏବେ ସ୍ୱାସ୍ଥ୍ୟ ଖରାପ ଥିବା କାରଣ ଦର୍ଶାଇ କୋର୍ଟଙ୍କୁ ୧ ସପ୍ତାହର ସମୟ ମାଗିଛନ୍ତି । ଅନ୍ୟପଟେ ସୁପ୍ରିମ କୋର୍ଟରେ ସିଦ୍ଧୁ ଯେଉଁ କ୍ୟୁରେଟିଭ୍ ପିଟିସନ୍ ଦାଏର କରିଛନ୍ତି ତାହା ଉପରେ ଶୁଣାଣି କରିବା କ୍ରମରେ ଏହାକୁ ଚିଫ୍ ଜଷ୍ଟିସଙ୍କ ବେଞ୍ଚରେ ଉପସ୍ଥାପନ କରିବାକୁ କହିଛନ୍ତି । ସୂଚନା ମୁତାବକ, ୧୯୮୮ ରେ ଘଟିଥିବା ୧୯୮୮ ରୋଡରେଜ୍ ଘଟଣାରେ ଚଳିତ ମେ ମାସ ୧୯ ତାରିଖରେ ୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ  । ଏନେଇ ଆଜି ତାଙ୍କୁ ଆତ୍ମସମର୍ପଣ କରିବାର ଥିଲା । ଆଜି ସିଦ୍ଧୁଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସପ୍ତାହକର ସମୟ ମାଗିଛନ୍ତି।

ସୂଚନା ଥାଉକି ୧୯୮୮ ମସିହା ଏପ୍ରିଲ ୨୭ ତାରିଖରେ ସିଦ୍ଧୁ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ପଟିଆଲାର ଶୋରାବଲ ମାର୍କେଟ ଗେଟ୍ ନିକଟରେ ପହଂଚିଥିଲେ । ସେଠାରେ କାର ପାର୍କିଂ କରିବାକୁ ନେଇ ଜଣେ ବୃଦ୍ଧଙ୍କ ସହ ତାଙ୍କର ଝଗଡା ହୋଇଥିଲା । ଏହାପରେ ସିଦ୍ଧୁ ସେହି ବୃଦ୍ଧଙ୍କୁ ମାଧ୍ୟମରେ ଆକ୍ରମଣ କରିଥିଲେ । ଏଥିରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇପଡିଥିଲେ । ବୃଦ୍ଧଙ୍କୁ ମେଡିକାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କ ନାମରେ କୋତବାଲି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ହେଲେ ୧୯୯୯ ମସିହାରେ ଏହି ମାମଲାକୁ ଖାରଜ କରିଦେଇଥିଲେ ସେଶନ କୋର୍ଟ । ଏହାପରେ ୨୦୦୨ ରେ ଏହି ମାମଲାକୁ ନେଇ ପଞ୍ଜାବ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ୨୦୦୬ ମସିହାରେ ପଞ୍ଜାବ ହାଇକୋର୍ଟ ଶୁଣାଣି କରି ସିଦ୍ଧୁ ଓ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ପ୍ରସଙ୍ଗରେ ବିରୋଧୀ ସିଦ୍ଧୁଙ୍କୁ ଘେରିବା ପରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ରାୟକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

Leave A Reply

Your email address will not be published.