ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ ସିରିଜ୍

0

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ ସିରିଜ୍ । ବିଭିନ୍ନ ରାଜ୍ୟର ୧୧୪ ଆଥଲେଟ ଏଥିରେ ଭାଗ ନେଉଛନ୍ତି। ଅଲିମ୍ପିଆ ଶ୍ରାବଣୀ ନନ୍ଦଙ୍କ ସହ ଓଡ଼ିଶାର ୧୦ ଆଥଲେଟ ଏଥିରେ ସାମିଲ ହୋଇଛନ୍ତି । ଆଗକୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରି ଗୁରୁତ୍ୱପୂର୍ଣ୍ଣ ଖେଳ ଥିବାରୁ ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ଗୁରୁତ୍ୱ ବହନ କରୁଛି ।

କାରଣ ଭାରତୀୟ କ୍ୟାମ୍ପରେ ଥିବା ଖେଳାଳିମାନଙ୍କୁ ପ୍ରଦର୍ଶନ ଅନୁସାରେ ବିଭିନ୍ନ ପ୍ରତିଯୋଗିତା ପାଇଁ ଚୟନ କରାଯିବ । ଉଭୟ ପୁରୁଷ ଓ ମହିଳା ୨ ଶହ ମିଟର ରେସରେ ଓଡ଼ିଆ ଖେଳାଳି ପ୍ରଥମ ସ୍ଥାନ ପାଇଛନ୍ତି । ମହିଳା ୨ ଶହ ମିଟର ରେସରେ ଶ୍ରାବଣୀ ନନ୍ଦ ଓ ପୁରୁଷ ୨ ଶହ ମିଟର ରେସ୍-ବି’ରେ ଆର୍ୟନ ଏକ୍କା ପ୍ରଥମ ସ୍ଥାନ ପାଇଛନ୍ତି । କଳିଙ୍ଗ ଷ୍ଟାଡିୟମର ଭିତିଭୂମିକୁ ପ୍ରଶଂସା କରିଛନ୍ତି ଏଆଇଏଏଫ ସଭାପତି ଆଦିଲ ସୁମରିୱାଲା । ଆଗକୁ ଏଠାରେ ୱାଲର୍ଡ ଆଥଲେଟିକସ ଚାମ୍ପିଅନସିପ୍ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.