ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ ସିରିଜ୍

0

ଭୁବନେଶ୍ବର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ ସିରିଜ୍ । ବିଭିନ୍ନ ରାଜ୍ୟର ୧୧୪ ଆଥଲେଟ ଏଥିରେ ଭାଗ ନେଉଛନ୍ତି। ଅଲିମ୍ପିଆ ଶ୍ରାବଣୀ ନନ୍ଦଙ୍କ ସହ ଓଡ଼ିଶାର ୧୦ ଆଥଲେଟ ଏଥିରେ ସାମିଲ ହୋଇଛନ୍ତି । ଆଗକୁ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରି ଗୁରୁତ୍ୱପୂର୍ଣ୍ଣ ଖେଳ ଥିବାରୁ ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ଗୁରୁତ୍ୱ ବହନ କରୁଛି ।

କାରଣ ଭାରତୀୟ କ୍ୟାମ୍ପରେ ଥିବା ଖେଳାଳିମାନଙ୍କୁ ପ୍ରଦର୍ଶନ ଅନୁସାରେ ବିଭିନ୍ନ ପ୍ରତିଯୋଗିତା ପାଇଁ ଚୟନ କରାଯିବ । ଉଭୟ ପୁରୁଷ ଓ ମହିଳା ୨ ଶହ ମିଟର ରେସରେ ଓଡ଼ିଆ ଖେଳାଳି ପ୍ରଥମ ସ୍ଥାନ ପାଇଛନ୍ତି । ମହିଳା ୨ ଶହ ମିଟର ରେସରେ ଶ୍ରାବଣୀ ନନ୍ଦ ଓ ପୁରୁଷ ୨ ଶହ ମିଟର ରେସ୍-ବି’ରେ ଆର୍ୟନ ଏକ୍କା ପ୍ରଥମ ସ୍ଥାନ ପାଇଛନ୍ତି । କଳିଙ୍ଗ ଷ୍ଟାଡିୟମର ଭିତିଭୂମିକୁ ପ୍ରଶଂସା କରିଛନ୍ତି ଏଆଇଏଏଫ ସଭାପତି ଆଦିଲ ସୁମରିୱାଲା । ଆଗକୁ ଏଠାରେ ୱାଲର୍ଡ ଆଥଲେଟିକସ ଚାମ୍ପିଅନସିପ୍ ମଧ୍ୟ ହୋଇପାରେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.