ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ନାମାଙ୍କନ ପତ୍ର ଦାଖଲ କଲେ ଆରୁଖ

0

ଭୁବନେଶ୍ବର: ବିଧାନସଭାର ବାଚସ୍ପତି ଭାବେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୧୩ ତାରିଖ ଦିନ ବାଚସ୍ପତି ନିର୍ବାଚନ ବିଧିବଦ୍ଧ ଭାବେ ଅନୁଷ୍ଠିତ ହେବ। ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଭୂପିନ୍ଦର ସିଂହ, ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଅସୁସ୍ଥତା କାରଣରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଥିଲା। ଶ୍ରୀ ଆରୁଖ ମୌସୁମୀ ଅଧିବେଶନରେ ଅଧ୍ୟକ୍ଷତା କରିବେ। ଏହା ପୂର୍ବରୁ ସେ ଢେର୍ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ, ସଂସଦୀୟ ବ୍ୟାପାର ବିଭାଗ ଭଳି ଗୁରୁ ଦାୟିତ୍ବ ନିର୍ବାହ କରି ଆସିଛନ୍ତି। ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଆରୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ବିଧାନସଭାର ଗରିମା ରକ୍ଷା କରିବି ବୋଲି କହିଛନ୍ତି।

Leave A Reply

Your email address will not be published.