ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନୂଆ ମନ୍ତ୍ରୀଙ୍କୁ ମିଳିଲା ନୂଆ ପିଏସ୍

0

ଭୁବନେଶ୍ୱର: ନୂଆ ମନ୍ତ୍ରୀ ଆସିବା ପରେ ତାଙ୍କ ବ୍ୟକ୍ତିଗତ ସଚିବ ମଧ୍ୟ ବଦଳିଛନ୍ତି। ଏଥିପାଇଁ ପ୍ରାଶାସନିକ ସ୍ତରରେ ବଦଳି ହୋଇଛି । ଏବେ ନୂଆ ମନ୍ତ୍ରୀଙ୍କ ନୂଆ ପିଏସ୍‌ ରହିବେ । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆବର୍ଗ ବିକାଶ ବିଭାଗ ମନ୍ତ୍ରୀଙ୍କ ନୂଆ ପିଏସ୍‌ ହୋଇଛନ୍ତି ଅରୂପ କୁମାର ସାହୁ । ସେ ଆଇନ ମନ୍ତ୍ରୀଙ୍କ ପିଏସ୍‌ ଭାବେ ମଧ୍ୟ କାମ କରିବେ ।

ଅର୍ଥ ଓ ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହୋଇଛନ୍ତି ଅଞ୍ଜନ କୁମାର ଦାସ । କୃଷି ତଥା ମତ୍ସ୍ୟ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହେବେ ସରୋଜ କୁମାର ରାଉତ । ଡା. ପ୍ରଦୀପ କୁମାର ରାଉତ ହେଲେ ଜଙ୍ଗଲ, ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ହୋଇଛନ୍ତି ପ୍ରତାପ ଚନ୍ଦ୍ର ହୋତା। ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ଭାବେ ଏସ୍‌କେ ଜମିରୁଦ୍ଦିନ୍‌ ଏବଂ ଇସ୍ପାତ ଓ ଖଣି ବିଭାଗ ତଥା ପୂର୍ତ୍ତ ବିଭାଗ ମନ୍ତ୍ରୀଙ୍କ ପିଏସ୍‌ ଭାବେ କାଳିପ୍ରସନ୍ନ ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି ।

ବିଜୟ କୁମାର ସ୍ୱାଇଁ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ସୁରଞ୍ଜନ ପ୍ରଧାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ଚିନ୍ମୟ କୁମାର ଆଚାର୍ଯ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ସୁକାନ୍ତ କୁମାର ପ୍ରଧାନ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ରଶ୍ମିରଞ୍ଜନ ସାହୁ ବିଜ୍ଞାନ ଓ କାରିଗରୀ କୌଶଳ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ମନମୋହନ ବାରିକ ସଂସଦୀୟ ବ୍ୟାପାର ବିଭାଗର ଓଏସ୍‌ଡି ସହ ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ପ୍ରଶାନ୍ତ କିଶୋର ମହାପାତ୍ର ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ପିଏସ୍‌, ମାନସ ରଞ୍ଜନ ପାଢ଼ୀ ପର୍ଯ୍ୟଟନ ବିଭାଗର ପିଏସ୍‌, କୈଳାସ ଚନ୍ଦ୍ର ଦାଶ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା କ୍ରୀଡ଼ା ବିଭାଗ ଏବଂ ଗୌରହରି ବେହେରାଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ପିଏସ୍‌ ନିଯୁକ୍ତି ମିଳିଛି ।ତେବେ ୪ଜଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପ୍ରୀତିରଞ୍ଜନ ଘଡ଼ାଇ, ରୋହିତ ପୂଜାରୀ ଓ ରୀତା ସାହୁଙ୍କୁ ଏପର୍ଯ୍ୟନ୍ତ ବ୍ୟକ୍ତିଗତ ସଚିବ ଆବଣ୍ଟିତ କରିବାରେ ସଂସଦୀୟ ବ୍ୟାପାର ବିଭାଗ ସକ୍ଷମ ହୋଇପାରିନି ।

Leave A Reply

Your email address will not be published.