ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଜ୍ରପାତରେ ଚାଲିଗଲା ୧୭ ଜଣଙ୍କ ଜୀବନ

0

ପାଟନା: ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ। ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି।

ସୂଚନାନୁସାରେ, ବିହାରରେ ଗତ ୪ ଦିନ ହେଲା ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଏଠାରେ ସ୍ଥିତି ସଙ୍ଗୀନ ହୋଇପଡିଛି। ଏହାସହ ବଜ୍ରପାତ ବି ଭୟ ବଢାଉଛି। ରବିବାର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଛି। ବଜ୍ରପାତରେ ଭାଗଲପୁରରୁ ୬, ବୈଶାଳୀରେ ୩, ଖଗାଡିଆରେ ୨, ବାଙ୍କାରେ ୨, କଟିହାରରେ ଜଣେ, ସହରସାରେ ଜଣେ, ମନ୍ଧେପୁରାରେ ଜଣେ ଓ ମୁଙ୍ଗେରରେ ଜଣେ ପ୍ରାଣ ହରାଇଛନ୍ତି । ସେପଟେ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମବେଦନା ଜଣାଇଛନ୍ତି। ଏଥିସହ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି।

ପାଣିପାଗ ବିଭାଗର କହିବାନୁସାରେ, ଜୁନ ୧୩ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିହାର ଛୁଇଁଥିଲା। ଆଗକୁ ବର୍ଷା ବଢିବା ସହ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଅନ୍ୟପକ୍ଷରେ ପ୍ରବଳ ପବନ ଓ ବର୍ଷା ଯୋଗୁ ବିହାରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ସେବା ଠପ ହୋଇଯାଇଛି। ବିଦ୍ୟୁତ ଯୋଗୁ ଦକ୍ଷିଣ ବିହାରରେ ଅଧିକ ଅସୁବିଧା ଉପୁଜିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Leave A Reply

Your email address will not be published.