ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ଆସନ୍ତା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଦଳ ପକ୍ଷରୁ ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ତାଙ୍କର ସିଧାସଳଖ ଲଢ଼େଇ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ସହ ହେବ। ଏନେଇ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଯଦି ମୁର୍ମୁ ଜିତନ୍ତି, ତା’ହେଲେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତି ହେବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ। ଦ୍ରୌପଦୀ ମୁର୍ମୁଙ୍କ ଘର ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ । ସେ ଦୁଇଥର ବିଧାୟକ ଓ ବିଜେପି-ବିଜେଡି ମିଳିତ ସରକାରରେ ମନ୍ତ୍ରୀ ମଧ୍ୟ ରହିଥିଲେ । ଏହାପରେ ଦୀର୍ଘ ବର୍ଷ ଧରି ସେ ଝାଡଖଣ୍ଡର ରାଜ୍ୟପାଳ ରହିଥିଲେ । ତେଣୁ ଜଣେ ଆଦିବାସୀ ନେତ୍ରୀ ଭାବେ ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ।
ପ୍ରମୁଖ ଖବର
ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ