ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ୱାସିଂଟନ ଡିସିରେ ଗୁଳିମାଡ, ଜଣେ ମୃତ ଅନେକ ଆହତ

0

ୱାସିଂଟନ : ଆମେରିକାରେ ପୁଣି ଗୁଳି ମାଡ଼ । ରାଜଧାନୀ ୱାଶିଂଟନ୍ ଡିସିରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ୧୫ ବର୍ଷୀୟ ନାବାଳକର ମୃତ୍ୟୁ ହେଇଥିବା ଜଣାପଡ଼ିଛି । ସେହିପରି ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ ହ୍ୱାଇଟ୍ ହାଉସରେ ଅତି ନିକଟରେ ଏହି ଗୁଳିମାଡ଼ ହୋଇଛି ।

ସୂଚନାଅନୁସାରେ ୱାଶିଂଟନ୍ ଡିସିରେ ଏକ ମ୍ୟୁଜିକ୍ କନ୍ସର୍ଟ ଚାଲିଥିବା ବେଳେ ଗୁଳିମାଡ଼ ହୋଇଥିଲା । ପୁଲିସ ଆକ୍ରମଣକାରୀଙ୍କ ଉପରେ ପାଲଟ ଆକ୍ରମଣ କରିଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୋଲିସ ପକ୍ଷରୁ ଆମେରିକାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ଆମେରିକାରେ ଅନ୍ୟ ଯେଉଁସ୍ଥାନରେ କନସର୍ଟ ହେବାର ଥିଲା ସେ ସବୁ ସ୍ଥାନରେ ଆକ୍ରମଣକାରୀଙ୍କୁ ଖୋଜୁଛି ପୋଲିସ । ଆମେରିକାରେ କିଛି ଦିନ ମଧ୍ୟରେ ଏକାଧିକ ଥର ଗୁଳିମାଡ ହୋଇ ସାରିଲାଣି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

Leave A Reply

Your email address will not be published.