ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଅପରାଜିତାଙ୍କ ସହ ବାଲକୋନିରେ ଦେଖାଦେଲେ ବାବୁସାନ୍

0

ଭୁବନେଶ୍ବର: ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦେଖା କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।ଏହି ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅପରାଜିତା କହିଥିଲେ, ଆମ ଉଭୟଙ୍କ ଦେହ ଭଲ ନାହିଁ। ଏଣୁ ଆଜି କୁଆଡ଼େ ଯିବାର ନାହିଁ।

ସୂଚନାଯୋଗ୍ୟ, ଗତ ଶନିବାର ସତ୍ୟନଗରରେ ଘଟିଥିବା ହାଇ ପ୍ରୋଫାଇଲ ଡ୍ରାମା ପରେ ବାବୁଶାନ ଚେନ୍ନାଇ ପଳାଇଥିବା ବେଳେ ପୁଅ ଫେରିବା ବାଟକୁ ଚାହିଁ ରହିଥିଲେ ଅପରାଜିତା । ଏଥିସହ ଫେରି ଆସିବାକୁ କୋହଭରା କଣ୍ଠରେ ପୁଅକୁ ନିବେଦନ ମଧ୍ୟ କରୁଥିଲେ। ଗତକାଲି ସକାଳେ ବାବୁଶାନ ଚେନ୍ନାଇରୁ ଫେରି ଆସିଥିବା ବେଳେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ଘରେ ନିଜ ବାପାମା’ଙ୍କ ପାଖରେ ଅଛନ୍ତି।

ବାବୁଶାନ ଏପର୍ଯ୍ୟନ୍ତ ପତ୍ନୀ ତୃପ୍ତିଙ୍କ ନିକଟକୁ ଯାଇ ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଆଗକୁ କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହୋଇପାରିନି। ତେବେ ଏନେଇ  ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି,  ଉଭୟ ବାବୁଶାନ ଓ ତୃପ୍ତି  ସବୁ ବିବାଦ ଭୁଲି ପରସ୍ପର ସହ କଥା ହୋଇଛନ୍ତି।  ଗତକାଲି ବାବୁଶାନ ନିଜ ପତ୍ନୀ ଓ ପୁଅଙ୍କ ସହ ୭ରୁ ୮ ଥର କଥା ହୋଇଛନ୍ତି । ଖୁବଶୀଘ୍ର ଆପୋଷ ବୁଝାମଣା ପରେ ଏହି ଘଟଣାର ଅନ୍ତ ଘଟିବ ବୋଲି ସଞ୍ଜୟ କହିଛନ୍ତି।

ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ‌ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ପତ୍ନୀ ଓ ଶିଶୁପୁତ୍ରକୁ ନ ଭେଟିବା ଓ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ବାବୁସାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

ସେପଟେ,ବାବୁସାନ୍, ତୃପ୍ତି ଓ ପ୍ରକୃତି ବିବାଦ ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାରେ ପହଞ୍ଚିଛି କଳିଙ୍ଗ ସେନା । ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ କୁହାଯାଇଛି ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି । ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଓଡ଼ିଶାରେ ଯେପରି ପୁନରାବୃତି ନହୁଏ, ସେନେଇ ଏଫଆଇଆରରେ କୁହାଯାଇଛି । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ଯେ, ପ୍ରକୃତି ମିଶ୍ର ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଛନ୍ତି । ଯେଉଁଥିପାଇଁ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଛି ।

Leave A Reply

Your email address will not be published.