ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଅପରାଜିତାଙ୍କ ସହ ବାଲକୋନିରେ ଦେଖାଦେଲେ ବାବୁସାନ୍

0

ଭୁବନେଶ୍ବର: ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦେଖା କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ ଚାଲିଯାଇଥିଲେ। ଏହି ସମୟରେ ବାବୁସାନଙ୍କ ସହ ତାଙ୍କର ମାଆ ଅପରାଜିତା ମହାନ୍ତି ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।ଏହି ସମୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଅପରାଜିତା କହିଥିଲେ, ଆମ ଉଭୟଙ୍କ ଦେହ ଭଲ ନାହିଁ। ଏଣୁ ଆଜି କୁଆଡ଼େ ଯିବାର ନାହିଁ।

ସୂଚନାଯୋଗ୍ୟ, ଗତ ଶନିବାର ସତ୍ୟନଗରରେ ଘଟିଥିବା ହାଇ ପ୍ରୋଫାଇଲ ଡ୍ରାମା ପରେ ବାବୁଶାନ ଚେନ୍ନାଇ ପଳାଇଥିବା ବେଳେ ପୁଅ ଫେରିବା ବାଟକୁ ଚାହିଁ ରହିଥିଲେ ଅପରାଜିତା । ଏଥିସହ ଫେରି ଆସିବାକୁ କୋହଭରା କଣ୍ଠରେ ପୁଅକୁ ନିବେଦନ ମଧ୍ୟ କରୁଥିଲେ। ଗତକାଲି ସକାଳେ ବାବୁଶାନ ଚେନ୍ନାଇରୁ ଫେରି ଆସିଥିବା ବେଳେ ବରମୁଣ୍ଡା ଜଗନ୍ନାଥବିହାରସ୍ଥିତ ଘରେ ନିଜ ବାପାମା’ଙ୍କ ପାଖରେ ଅଛନ୍ତି।

ବାବୁଶାନ ଏପର୍ଯ୍ୟନ୍ତ ପତ୍ନୀ ତୃପ୍ତିଙ୍କ ନିକଟକୁ ଯାଇ ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଥିବା ବିବାଦ ଆଗକୁ କେଉଁ ମୋଡ଼ ନେବ ତାହା ସ୍ପଷ୍ଟ ହୋଇପାରିନି। ତେବେ ଏନେଇ  ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ କହିଛନ୍ତି,  ଉଭୟ ବାବୁଶାନ ଓ ତୃପ୍ତି  ସବୁ ବିବାଦ ଭୁଲି ପରସ୍ପର ସହ କଥା ହୋଇଛନ୍ତି।  ଗତକାଲି ବାବୁଶାନ ନିଜ ପତ୍ନୀ ଓ ପୁଅଙ୍କ ସହ ୭ରୁ ୮ ଥର କଥା ହୋଇଛନ୍ତି । ଖୁବଶୀଘ୍ର ଆପୋଷ ବୁଝାମଣା ପରେ ଏହି ଘଟଣାର ଅନ୍ତ ଘଟିବ ବୋଲି ସଞ୍ଜୟ କହିଛନ୍ତି।

ଅନ୍ୟପକ୍ଷରେ ସେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତିଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କ ବିରୋଧରେ ଆଇପିସି ୪୯୮(ଏ) ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଆଇପିସି ଧାରା ୪୯୮(ଏ) ହିସାବରେ ସେ ପତ୍ନୀଙ୍କୁ ଶାରିରୀକ ଓ ମାସନିକ ନିର୍ଯାତନା ଦେଉଥିଲେ। ସେହିପରି ଆଇପିସି ଦଫା ୫୦୬ ହିସାବରେ ‌ସେ ପତ୍ନୀଙ୍କୁ ମାରିଦେବାକୁ ଧମକ ଦେଉଥିଲେ। ୪୯୮(ଏ)ରେ ୩ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ଥିବା ବେଳେ ୫୦୬ରେ ଦୁଇ ବର୍ଷ ଜେଲ୍‌ ଦଣ୍ଡ କିମ୍ବା ଜରିମାନା ବିଧି ରହିଛି। ପତ୍ନୀ ଓ ଶିଶୁପୁତ୍ରକୁ ନ ଭେଟିବା ଓ ଆଇନଜୀବୀଙ୍କ ଜରିଆରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ବାବୁସାନଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ଆକାଶ ଭୂୟାଁ ମାମଲା ପରିଚାଳନା କରୁଛନ୍ତି।

ସେପଟେ,ବାବୁସାନ୍, ତୃପ୍ତି ଓ ପ୍ରକୃତି ବିବାଦ ସାମ୍ନାକୁ ଆସିବା ପରେ ଖାରବେଳନଗର ଥାନାରେ ପହଞ୍ଚିଛି କଳିଙ୍ଗ ସେନା । ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଅଭିଯୋଗ ଆଧାରରେ ଏତଲା ଦେଇଛି କଳିଙ୍ଗ ସେନା । ଯେଉଁଥିରେ କୁହାଯାଇଛି ବଲିଉଡ ଭଳି ଓଲିଉଡରେ ନିଶା କାରବାର ବଢିବାରେ ଲାଗିଛି । ବଲିଉଡରେ ସୁଶାନ୍ତ ସିଂହ ରାଜପୁତଙ୍କ ପରି ଦୁଃଖଦ ଘଟଣାର ଓଡ଼ିଶାରେ ଯେପରି ପୁନରାବୃତି ନହୁଏ, ସେନେଇ ଏଫଆଇଆରରେ କୁହାଯାଇଛି । ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ଯେ, ପ୍ରକୃତି ମିଶ୍ର ତାଙ୍କ ସ୍ୱାମୀ ବାବୁସାନଙ୍କୁ ମଦ ଓ ଗଞ୍ଜେଇ ଭଳି ନିଶା ଯୋଗାଇ ଦେଉଛନ୍ତି । ଯେଉଁଥିପାଇଁ ତାଙ୍କ ପାରିବାରିକ ଜୀବନରେ ଝଡ଼ ଉଠିଛି ।

Leave A Reply

Your email address will not be published.