ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବହିଷ୍କୃତ ହେଲେ ପାର୍ଥ ଚାଟାର୍ଜୀ

0

କୋଲକାତା: ବହିଷ୍କୃତ ହୋଇଛନ୍ତି ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିରେ ପାର୍ଥଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଇଡି ତାଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଓ ୫ କେଜି ସୁନା ଜବତ ହୋଇଛି।

ଏହାକୁ ନେଇ ବେଙ୍ଗଲରେ କ୍ଷମତାସୀନ ଟିଏମସି ସରକାର ଅଡ଼ୁଆରେ ପଡ଼ିଥିଲେ। ଏବେ ଏହି ଅଡ଼ୁଆକୁ ଦୂର କରିବା ପାଇଁ ମମତା ଆଜି ପାର୍ଥ ଚାଟାର୍ଜୀଙ୍କୁ ନିଜ ମନ୍ତ୍ରିମଣ୍ତଳରୁ ବିଦା କରିଛନ୍ତି। ଏଥିସହ ଦଳର ସମସ୍ତ ପଦପଦବୀରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ସମାନ ଦାବି କରି ଟିଏମସି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲେ। ବିରୋଧୀଙ୍କ ଚାପରେ ମମତା ସରକାର ଗିରଫର ୫ ଦିନ ପରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବେଙ୍ଗଲର ବିଭିନ୍ନ ସ୍କୁଲରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗତ ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ କରି ନଗଦ ୨୧ କୋଟି ଟଙ୍କା ଜବତ କରିଥିଲା। ଏହାର ଦିନକ ପରେ ଅର୍ଥାତ ୨୩ରେ ପାର୍ଥ ଓ ଜୁଲାଇ ୨୪ରେ ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟ ଏବେ ଇଡି ହେପାଜତରେ ଅଛନ୍ତି। ଜେରା ଚାଲିଥିବା ବେଳେ ବୁଧବାର ଇଡିର ଅଧିକାରୀମାନେ ଅର୍ପିତାଙ୍କ ବେଲଘର ଟାଉନ କ୍ଲବରେ ଥିବା ଆଉ ଗୋଟିଏ ଫ୍ଲାଟରେ ରେଡ କରିଥିଲେ।

ଏହି ସମୟରେ ସେଠାରୁ ନଗଦ ୨୯ କୋଟି ଟଙ୍କାର ଓ ୫ କେଜି ସୁନା ମିଳିଛି। ଅର୍ପିତା ଏହି ସବୁ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି କହିଛନ୍ତି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତିରୁ ପାର୍ଥ ଚାଟାର୍ଜୀ କୋଟି କୋଟି ଟଙ୍କା ହାସଲ କରିଥିଲେ। ଏହାକୁ ସେ ଅର୍ପିତାଙ୍କ ଘରେ ଲୁଚାଇ ରଖିଥିଲେ ବୋଲି କୁହାଯାଉଛି। ପାର୍ଥ ୨୦୧୪ରୁ ୨୦୨୧ ଯାଏ ବେଙ୍ଗଲର ଶିକ୍ଷା ମନ୍ତ୍ରୀ ଭାବେ କାମ କରିଛନ୍ତି। ଏବେ ସେ ଶିଳ୍ପ ଓ କର୍ମସ ବିଭାଗର ମନ୍ତ୍ରୀ ଥିଲେ।

Leave A Reply

Your email address will not be published.