ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ସାଂସଦ ସଂଞ୍ଜୟ ରାଉତ ଗିରଫ

0

ମୁମ୍ବାଇ; ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି।  ଗତକାଲି ରାତି ୧୨ଟାରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୧୧ଟାରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରାଯିବ। ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ୍ ଆରମ୍ଭ କରିଥିଲା ଏବଂ ୯-୧୦ ଘଣ୍ଟା ଛାନବିନ୍ କରିବା ପରେ ୧୧ଲକ୍ଷ ୫୦ହଜାର ଟଙ୍କା ଜବତ କରିଥିଲା ଇଡି।

ପରେ ଅପରାହ୍ନ ପ୍ରାୟ ୪ଟା ପରେ ଇଡି ଟିମ୍‌ ସଞ୍ଜୟଙ୍କୁ ଅଟକ ରଖିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସଞ୍ଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ପୁଲିସ୍‌ ପହଞ୍ଚି ଭିଡ଼ ହଟାଇବା ପରେ ସଞ୍ଜୟଙ୍କୁ  ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସଞ୍ଜୟଙ୍କ ଗିରଫଦାରୀ ପରେ ତାଙ୍କୁ ପଚରାଉଚରା ପାଇଁ ଇଡିର ବରିଷ୍ଠ ଅଧିକାରୀ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୫ଟା ପରେ ଇଡିର ବରିଷ୍ଠ ଅଧିକାରୀ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ।  ସେଠାରେ ଦୀର୍ଘ ସମୟ ପଚରାଉଚରା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।

ସଞ୍ଜୟଙ୍କ ଘରୁ ଜବତ ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟ ରାଉତଙ୍କ ଭାଇ ଦାବି କରିଛନ୍ତି ।  ସଞ୍ଜୟଙ୍କ ଘରୁ ଯେଉଁ ଟଙ୍କା ଇଡି ଜବତ କରିଛି ତାହା ଶିବସୈନିକଙ୍କ ଅଯୋଧ୍ୟା ଗସ୍ତ ପାଇଁ ଉଦ୍ଦିଷ୍ଟ ଥିଲା। ଏନେଇ ସେ କହିଛନ୍ତି,  ଇଡି ସଞ୍ଜୟ ରାଉତଙ୍କୁ ଡରୁଛି, ତେଣୁ ତାଙ୍କୁ ଗିରଫ କରିଛି।  ମିଥ୍ୟା ଦସ୍ତାବିଜ ଆଧାରରେ ସଞ୍ଜୟଙ୍କୁ ଗିରଫ କରାଯାଇଛି। ଜାଣିଶୁଣି ତାଙ୍କୁ ପାତ୍ରା ଚୌଲା ସ୍କାମରେ ଫସାଇବାକୁ ଚେଷ୍ଟା କରାଯାଉଛି। କେବଳ ତାଙ୍କ ସ୍ୱରକୁ ଦାବିବାକୁ ଏପରି ଅପପ୍ରଚେଷ୍ଠା କରାଯାଉଛି।

ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର  ରୁଜୁ କରିଛନ୍ତି । ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଞ୍ଜୟ ରାଉତ କହିଥିଲେ, ମହାରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଯେତେ ଝଡ଼ ଆସିଲେଣି ସେ ନଇଁବେ ନାହିଁ । ମିଥ୍ୟା ତଥ୍ୟ ଆଧାରରେ ଇଡି ତାଙ୍କ ପଛରେ ପଡିଛି।

ଇଡି ପକ୍ଷରୁ ପୂର୍ବରୁ ସଞ୍ଜୟ ରାଉତଙ୍କୁ  ଦୁଇଟି ସମନ ପଠାଇଥିଲା। ଶେଷ ଥର ପାଇଁ ଜୁଲାଇ ୨୭ରେ ଏକ ସମନ ହୋଇଥିଲା।  ଇଡି କରିଥିବା ସମନର ଉତ୍ତର ସେ ନିଜ ଓକିଲ ଦ୍ୱାରା ପଠାଇଥିଲେ। ସଂସଦ ଅଧିବେଶନ ଚାଲୁଥିବାରୁ ଅଗଷ୍ଟ ୭ ତାରିଖ ପରେ ସେ ହାଜର ହେବେ ବୋଲି ଇଡିକୁ ଜଣାଇଥିଲେ। ହେଲେ କାଲି ଅତର୍କିତ ଭାବେ ଇଡି ତାଙ୍କ ଘରେ ପଶିଥିବା ବେଳେ ରାତି ଅଧରେ ତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.