ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍

0

ସେଣ୍ଟ୍ କିଟ୍ସ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସମସ୍ତ ବିଭାଗରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା ବେଳେ ନିଜର ସର୍ବାଧିକ ପସନ୍ଦର ଫର୍ମାଟ୍‌ରେ ୱେଷ୍ଟଇଣ୍ଡିଜ୍‌ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଫଳରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଥିଲା । ୱାର୍ଣ୍ଣର ପାର୍କ ପିଚ୍‌ ବିଶେଷକରି ବୋଲରଙ୍କୁ ସହାୟତା କରିବାର ନଜିର ରହିଥିବାରୁ ଏଠାରେ ପିଛା କରିବା ଯେକୌଣସି ଦଳ ପାଇଁ ଶ୍ରେଷ୍ଠ ପସନ୍ଦ ରହିବ । ତେଣୁ କାଲିର ମ୍ୟାଚ୍‌ରେ ଟସ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ । ଯିଏ ଟସ୍‌ ଜିତିବ ସେ ପ୍ରଥମେ ବୋଲିଂ ନେବାର ଚିନ୍ତା କରିବ । ଏଠାରେ ଭାରତ ଆଦୌ ଖେଳିନଥିଲେ ମଧ୍ୟ ‌ୱେଷ୍ଟଇଣ୍ଡିଜ୍‌ ୧୦ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୨ଟିରେ ହାରିଛି ।

ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅପରିବର୍ତିତ ରଖିବା ସପକ୍ଷରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ତଥାପି ସ୍ପିନ ବିଭାଗରେ ଗୋଟିଏ ପରିବର୍ତନ କରିବା ପାଇଁ ଚିନ୍ତା କରିଛନ୍ତି । ପ୍ରଥମ ମ୍ୟାଚ୍‌ ଖେଳିଥିବା ୩ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ବସାଇ ତାଙ୍କ ସ୍ଥାନରେ ଅକ୍ଷର ପଟେଲ କିମ୍ବା କୁଲ୍‌ଦୀପ ଯାଦବଙ୍କୁ ଖେଳାଇବା ସମ୍ଭାବନା ରହିଛି । ଏହା ବ୍ୟତୀତ ଆଉ କୌଣସି ପରିବର୍ତନ କରିବାର ଯୋଜନା ନାହିଁ। କାରଣ ବ୍ୟାଟିଂରେ ଭାରତର ଆକ୍ରାମକ ଆଭିମୁଖ୍ୟ ଜାରି ରହିଥିବାରୁ ଦଳ କଷ୍ଟସାଧ୍ୟ ପିଚ୍‌ରେ ବଡ଼ ସ୍କୋର୍‌ କରିବାର ସାମର୍ଥ ଦେଖାଇସା‌ରିଛି ।

Leave A Reply

Your email address will not be published.