ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍

0

ସେଣ୍ଟ୍ କିଟ୍ସ : ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ ସମସ୍ତ ବିଭାଗରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା ବେଳେ ନିଜର ସର୍ବାଧିକ ପସନ୍ଦର ଫର୍ମାଟ୍‌ରେ ୱେଷ୍ଟଇଣ୍ଡିଜ୍‌ କିନ୍ତୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଫଳରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଥିଲା । ୱାର୍ଣ୍ଣର ପାର୍କ ପିଚ୍‌ ବିଶେଷକରି ବୋଲରଙ୍କୁ ସହାୟତା କରିବାର ନଜିର ରହିଥିବାରୁ ଏଠାରେ ପିଛା କରିବା ଯେକୌଣସି ଦଳ ପାଇଁ ଶ୍ରେଷ୍ଠ ପସନ୍ଦ ରହିବ । ତେଣୁ କାଲିର ମ୍ୟାଚ୍‌ରେ ଟସ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ । ଯିଏ ଟସ୍‌ ଜିତିବ ସେ ପ୍ରଥମେ ବୋଲିଂ ନେବାର ଚିନ୍ତା କରିବ । ଏଠାରେ ଭାରତ ଆଦୌ ଖେଳିନଥିଲେ ମଧ୍ୟ ‌ୱେଷ୍ଟଇଣ୍ଡିଜ୍‌ ୧୦ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୨ଟିରେ ହାରିଛି ।

ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅପରିବର୍ତିତ ରଖିବା ସପକ୍ଷରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି। ତଥାପି ସ୍ପିନ ବିଭାଗରେ ଗୋଟିଏ ପରିବର୍ତନ କରିବା ପାଇଁ ଚିନ୍ତା କରିଛନ୍ତି । ପ୍ରଥମ ମ୍ୟାଚ୍‌ ଖେଳିଥିବା ୩ ସ୍ପିନରଙ୍କ ମଧ୍ୟରୁ ଜଣଙ୍କୁ ବସାଇ ତାଙ୍କ ସ୍ଥାନରେ ଅକ୍ଷର ପଟେଲ କିମ୍ବା କୁଲ୍‌ଦୀପ ଯାଦବଙ୍କୁ ଖେଳାଇବା ସମ୍ଭାବନା ରହିଛି । ଏହା ବ୍ୟତୀତ ଆଉ କୌଣସି ପରିବର୍ତନ କରିବାର ଯୋଜନା ନାହିଁ। କାରଣ ବ୍ୟାଟିଂରେ ଭାରତର ଆକ୍ରାମକ ଆଭିମୁଖ୍ୟ ଜାରି ରହିଥିବାରୁ ଦଳ କଷ୍ଟସାଧ୍ୟ ପିଚ୍‌ରେ ବଡ଼ ସ୍କୋର୍‌ କରିବାର ସାମର୍ଥ ଦେଖାଇସା‌ରିଛି ।

Leave A Reply

Your email address will not be published.