ଭୁବନେଶ୍ବର: ଶେଷରେ ଡ. ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ନେତା ନିଯୁକ୍ତ ହେଲେ। ନବ ନିର୍ବାଚିତ ସାଂସଦ ସୁଲତା ଦେଓଙ୍କୁ ଚିଫ୍ ହ୍ବିପ୍ କରାଗଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦେଶନାମାରେ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ପରେ ଏହି ପଦବି ଖାଲି ପଡ଼ିଥିଲା। କାହାକୁ ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦିଆଯିବ, ସେ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା। ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ଡ. ପାତ୍ରଙ୍କ ନାମ ନେଇ ଆଲୋଚନା ହୋଇଥିଲା। ହେଲେ ରାଜ୍ୟସଭାରେ ସ୍ବତନ୍ତ୍ର ପତିଆରା ସୃଷ୍ଚିରେ ସକ୍ଷମ ହୋଇଥିଲା ଡ. ପାତ୍ର ନବୀନଙ୍କ ମନବି ଜିଣିନେଇଛନ୍ତି, ଏକଥା ସ୍ପଷ୍ଟ ହୋଇଯାଇଛି। ପ୍ରଥମ ଥର ରାଜ୍ୟସଭାକୁ ଯାଇ ଡ. ପାତ୍ର ରାଜ୍ୟସଭାରେ ଅଧ୍ୟକ୍ଷତା କରିବାର ସୁଯୋଗ ପାଇଥିଲେ। ତାଙ୍କର ପ୍ରତିଭା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ