ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ବାବୁଲ ହେଲେ କ୍ୟାବିନେଟ୍ ମନ୍ତ୍ରୀ

0

କୋଲକାତା: ମମତାଙ୍କ କ୍ୟାବିନେଟ୍ ରେ ସ୍ଥାନ ପାଇଛନ୍ତି ବାବୁଲ ସୁପ୍ରିଓ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ। ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତବର୍ଷ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ଜିତି ବିଧାନସଭାକୁ ଯାଇଥିଲେ। ଏବେ ମମତା ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି।

କିଛି ଦିନ ପୂର୍ବରୁ ମମତା ତାଙ୍କର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ତାଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ୩ଥର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରେ ଯୋଗ ଦେଇଥିଲେ।

ଏମାନଙ୍କ ଛଡା ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ବିରବାହ ହାଁସଦା, ବିପ୍ଳବ ରୟ ଚୌଧୁରୀ, ତଜମୁଲ ହୁସେନ ଓ ସତ୍ୟଜିତ ବର୍ମା। ହାଁସଦା ଜଣେ ଆଦିବାସୀ ନେତା। ସେହିପରି ବିପ୍ଳବ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ରହିବେ।

Leave A Reply

Your email address will not be published.