ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଭାରତ ହାତେଇଲା ଆଉ ଏକ ସ୍ବର୍ଣ୍ଣ

0

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ହାତେଇଛି ଆଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ଟେବୁଲ ଟେନିସ ଟିମ୍‌ ସିଙ୍ଗାପୁରକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ଏହା ଦ୍ୱିତୀୟ ସ୍ୱର୍ଣ୍ଣ। ଏହା ପୂର୍ବରୁ ଲନ ବଲ ୱମେନ ଫୋରସରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣ ଜିତିଥିଲା ଫାଇନାଲ୍ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ଏହି ସଫଳତା ପାଇଛି।  ଭାରତପକ୍ଷରୁ ହରମୀତ ଦେଶାଇ ଏବଂ ଜି ସାଥିୟାନ ଡବଲ୍ସ ମ୍ୟାଚ୍ ଜିତି ଭାରତକୁ ଦମଦାର ଆରମ୍ଭ ଦେଇଛନ୍ତି। ଦୁଇ ଖେଳାଳି ନିଜ ନିଜ ମୁକାବିଲା ଜିତି ଭାରତକୁ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି।  

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ଏ ପର୍ଯ୍ୟନ୍ତ ୧୨ଟି ପଦକ ଜିତି ସାରିଛି। ଏଥିରେ ପାଞ୍ଚ ସ୍ଵର୍ଣ୍ଣ, ଚାରି ରୌପ୍ୟ ଏବଂ ତିନି କାଂସ୍ୟ ପଦକ ରହିଛି। ଏଥିରୁ ସାତ ପଦକ ଭାରୋତ୍ତୋଳନରୁ ଆସିଛି। ଦୁଇଟି ପଦକ ଜୁଡୋରୁ, ଗୋଟିଏ ଲନ ବଲ୍ସ ଏବଂ ଗୋଟିଏ ପଦକ ଟେବୁଲ ଟେନିସ୍‌ରୁ ଆସିଛି।

Leave A Reply

Your email address will not be published.