ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା!

0

ଭୁବନେଶ୍ବର: ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ ସମ୍ବନ୍ଧିତ ଚିତ୍ର ଦର୍ଶାଉଛି ଯେ, ଉତ୍ତର ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ପଶ୍ଚିମ_ଉତ୍ତର_ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୧୨ ଘଣ୍ଟା ରେ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ରେ ଅବପାତ ର ରୂପ ନେବା ସମ୍ଭାବନା ରହିଛି। କିଛି ମଡେଲଙ୍କ ଆକଳନ ଅନୁସାରେ ଏହି କ୍ଷେତ୍ର ଆହୁରି ଘନୀଭୂତ ହୋଇପାରେ ।

ବର୍ତ୍ତମାନ ବଙ୍ଗୋପସାଗର ଆଡୁ ଜଳୀୟ ବାଷ୍ପ ପୁର୍ଣ୍ଣ ମେଘଖଣ୍ଡ ଗୁଡ଼ିକ ସଂଗଠିତ ହେଉଛନ୍ତି। ଆଜି ଠାରୁ ଓଡ଼ିଶା ରେ ବଢିବ ବର୍ଷା ର ପରିମାଣ। କିଛି ଜିଲ୍ଲା ରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା କାଲି ସମଗ୍ର ଓଡ଼ିଶା ରେ ବର୍ଷା ର ପରିମାଣ ଓ ବିସ୍ତୃତି ବୃଦ୍ଧି ପାଇବ। ଉତ୍ତର ଓଡ଼ିଶା ର ବିଭିନ୍ନ ଅଞ୍ଚଳ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିପରି ଉପକୂଳ ଓଡ଼ିଶା ରେ ପ୍ରବଳ ବର୍ଷା ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା। ୨୦ ଅଗଷ୍ଟରେ ଆଭ୍ୟନ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୯-୨୧ ତାରିଖ ମଧ୍ୟରେ ଛତିଶଗଡ଼ରେ ପ୍ରବଳ ବର୍ଷା ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରମୁଣ୍ଡରେ ପୁଣି ପ୍ରବଳ ବର୍ଷା ଥିବା ଯୋଗୁ ମହାନଦୀ ସମେତ ବିଭିନ୍ନ ନଦୀର ଜଳସ୍ତର ବଢିବ।

Leave A Reply

Your email address will not be published.