ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏକନାଥଙ୍କ ପାର୍ଟିକୁ ମିଳିଲା ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ

0
  • ସିନ୍ଧେଙ୍କ ପାର୍ଟିକୁ ମିଳିଲା ଖଣ୍ଡା ଓ ଢ଼ାଲ ଚିହ୍ନ
  • ସିନ୍ଧେ ଗୋଷ୍ଠୀ ପଠାଇଥିଲେ ନିଜ ପସନ୍ଦର ୩ଟି ନିର୍ବାଚନ ଚିହ୍ନ

ମୁମ୍ବାଇ: ଗତକାଲି ଉଦ୍ଧବ ଠାକରେଙ୍କ ପାର୍ଟିକୁ ମିଳିଥିଲା ମଶାଲ ଚିହ୍ନ, ଆଜି ନିର୍ବାଚନୀ ଚିହ୍ନ ଭାବେ ସିନ୍ଧେ ଗୋଷ୍ଠୀ ପାଇଲେ ୨ଟି ଖଣ୍ଡା ଓ ଢ଼ାଲ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱଧୀନ ଦଳ ବାଲାସାହେବ କି ଶିବସେନାଙ୍କୁ ମିଳିଲା ନିର୍ବାଚନୀ ଚିହ୍ନ। ସିନ୍ଦେଙ୍କ ପାର୍ଟିକୁ ନିର୍ବାଚନୀ ଚିହ୍ନ ଭାବେ ୨ଟି ଖଣ୍ଡା ଓ ଢ଼ାଲ ଦେଲେ ନିର୍ବାଚନ କମିସନ। ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ (ଇସି)ଙ୍କୁ ତାଙ୍କ ପସନ୍ଦର ତିନୋଟି ନିର୍ବାଚନ ଚିହ୍ନ ପଠାଇଥିଲେ। ନିର୍ବାଚନୀ ଚିହ୍ନ ପାଇଁ ଦଳ ପ୍ରଥମେ ଦାଖଲ କରିଥିବା ବିକଳ୍ପ ଆୟୋଗ ପ୍ରତ୍ୟାଖ୍ୟାନ କରିବା ପରେ ଆଜି ନିର୍ବାଚନ ଆୟୋଗ ବାଲାସାହେବ କି ଶିବସେନାକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶନିବାର ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଶିବସେନାର ନାଁ ଏବଂ ଚିହ୍ନ ବ୍ୟବହାର କରିବାକୁ ମନା କରିଥିଲେ। ‌ଏହା ସହ ଦଳୀୟ ଚିହ୍ନ ପାଇଁ ୩ଟି ବିକଳ୍ପ ଦାଖଲ କରିବାକୁ କମିସନ ଉଭୟ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଉଦ୍ଧବଙ୍କ ନେତୃତ୍ୱାଧୀନ ଦଳକୁ ମଶାଲ ଚିହ୍ନ ମିଳିଥିବା ବେଳେ ଆଜି ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ମିଳିଛି।

Leave A Reply

Your email address will not be published.